ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ମହାମାରୀ ଦିନକୁ ଦିନକୁ ବଢିବାରେ ଲାଗିଛି । ମାର୍ଚ୍ଚ ୨୫ରୁ ସମସ୍ତଙ୍କୁ କାବୁ କରି ଚାଲିଛି ଏହି ମହାମାରୀ । ତେବେ ମାର୍ଚ୍ଚ ମାସ ଠାରୁ ଚାଲିଥିବା ଲକ ଡାଉନ ଓ ସଟ ଡାଉନ ଉପରେ କେନ୍ଦ୍ର ସରକାର ରୋକ ଲଗାଇଚନ୍ତି । ଶନିବାର ଦିନ ଜାରି ହୋଇଛି ଆଗାମୀ ସେପ୍ଟେମ୍ବର ମାସକୁ ହେବାରେ ଥିବା ଅନଲକ -୪ ର ନୂଆ ଗାଇଡ ଲାଇନ ।
ଏଥିରେ ଅନେକ ବିଷୟକୁ କୋହଳ କରାଯାଇଥିବାବେଳେ ଅନ୍ୟଗୁଡ଼ିକୁ ପୂର୍ବବତ୍ କଟକଣା ଭିତରେ ରଖାଯାଇଛି। ରାଜ୍ୟ ଭିତରେ କିମ୍ବା ରାଜ୍ୟ ରାଜ୍ୟ ମଧ୍ୟରେ ଯାତାୟାତ ପାଇଁ କୌଣସି କଟକଣା ରହିବ ନାହିଁ ବୋଲି ଗାଇଡ ଲାଇନରେ ସ୍ପଷ୍ଟ କରି ଦିଆଯାଇଛି । ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କ ବିନା ପରାମର୍ଶରେ କୌଣସି ପ୍ରକାର ଲକଡାଉନ୍ ରାଜ୍ୟ, ଜିଲ୍ଲା, ଉପଖଣ୍ଡ, ସହର ବା ଗ୍ରାମାଞ୍ଚଳ ସ୍ତରରେ ଲାଗୁ କରିପାରିବେ ନାହିଁ।
ଦେଶରେ ଆସନ୍ତାମାସ ୭ ତାରିଖରୁ ପର୍ୟ୍ୟାୟକ୍ରମେ ମେଟ୍ରୋ ରେଳ ସେବାକୁ ଅନୁମତି ଦିଆଯିବ। ସେହିଭଳି ସେପ୍ଟେମ୍ବର ୨୧ରୁ ମୁକ୍ତାକାଶ ରଙ୍ଗମଞ୍ଚକୁ ଅନୁମତି ଦିଆଯାଇଛି। ସେହିଭଳି ସେପ୍ଟେମ୍ବର ୨୧ରୁ ସାମାଜିକ,ଶିକ୍ଷା,କ୍ରୀଡ଼ା, ଆମୋଦପ୍ରମୋଦ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ସମାବେଶ ଆଦିକୁ ଅନୁମତି ଦିଆଯିବ। ତେବେ ୧୦୦ ପର୍ୟ୍ୟନ୍ତ ଲୋକଙ୍କୁ ନେଇ ଏସବୁ ସମାବେଶ କୋଭିଡ-୧୯କୁ ମାନି ହୋଇ ପାରିବ । ତେବେ ସମାବେଶରେ ଯୋଗଦେଉଥିବା ବ୍ୟକ୍ତିମାନେ ଫେସ୍ ମାସ୍କ ପିନ୍ଧିବେ, ସାମାଜିକ ଦୂରତା ନିୟମ ଆଦିକୁ ପାଳନ କରିବେ। ସେହିଭଳି ସମାବେଶସ୍ଥଳରେ ଥର୍ମାଲ ସ୍କ୍ରିନିଂ ଓ ହ୍ୟାଣ୍ଡ ୱାସ ଓ ସାନିଟାଇଜର ଆଦିର ବ୍ୟବସ୍ଥା ରହିବା
ଅନ୍ୟପକ୍ଷରେ ବିଦ୍ୟାଳୟ, ମହାବିଦ୍ୟାଳୟ, ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଆଦି ଛାତ୍ରଛାତ୍ରୀଙ୍କ ପାଇଁ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ। ତେବେ ନିର୍ଦ୍ଦେଶାବଳିରେ କୁହାଯାଇଛି କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ବିଦ୍ୟାଳୟଗୁଡ଼ିକୁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଇଚ୍ଛାଧୀନ ଭାବେ ଯିବାଲାଗି ଅନୁମତି ମିଳିବ। ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟିତ୍ରୀଙ୍କ ପରାମର୍ଶ ନେବାଲାଗି ଏହି ଅନୁମତି ଦିଆଯିବ କିନ୍ତୁ ଏଥିପାଇଁ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଲିଖିତଭାବେ ସେମାନଙ୍କ ସମ୍ମତି ଦେବେ। ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଲାବୋରେଟୋରି କିମ୍ବା ପରୀକ୍ଷାନିରୀକ୍ଷା କାର୍ୟ୍ୟ ପାଇଁ ପିଏଚଡି ଓ ପିଜି ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ଗୃହ ମନ୍ତ୍ରାଳୟର ପରାମର୍ଶକ୍ରମେ ଅନୁମତି ଦେଇପାରିବ।
ଅବରୋଧ ଅଞ୍ଚଳ ବା କଣ୍ଟେନମେଣ୍ଟ ଜୋନ୍ରେ ଲକଡାଉନ୍ ନିୟମ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ ପୂର୍ବବତ କଡ଼ାକଡ଼ି ପାଳନ ହେବ। ରାଜ୍ୟ ଭିତରେ ଏବଂ ରାଜ୍ୟ ରାଜ୍ୟ ଗୁଡ଼ିକ ମଧ୍ୟରେ ମାଲ ଓ ଯାତ୍ରୀ ପରିବହନ ନେଇ କୌଣସି କଟକଣା ରହିବ ନାହିଁ। ଏହି ଯାତାୟାତ ଓ ପରିବହନ ପାଇଁ କୌଣସି ପ୍ରକାର ପୃଥକ ଅନୁମତି, ମଞ୍ଜୁରି ଓ ଇ-ପରମିଟ୍ ଆଦିର ଆବଶ୍ୟକତା ନାହିଁ। ସିନେମା ହଲ୍, ସୁଇମିଂ ପୁଲ, ପାର୍କ, ଭଳି ସ୍ଥାନ ଖୋଲିବା, ଅନ୍ତର୍ଜାତୀୟ ବିମାନ ଯାତ୍ରା ଆଦି ବ୍ୟତୀତ ଅନ୍ୟସବୁ କାର୍ୟ୍ୟକୁ କଣ୍ଟେନମେଣ୍ଟବାହାରେ ଅନୁମତି ପ୍ରଦାନ କରାଯାଇଛି। ଅନଲକ୍-୪ ସେପ୍ଟେମ୍ବର ୩୦ ପର୍ୟ୍ୟନ୍ତ ଜାରି ରହିବ।
JUST IN
-
ଘୋଷଯାତ୍ରାରେ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଛି ବଡଦାଣ୍ଡ | 07 Jul 2024
-
ଆସନ୍ତାକାଲି ଘୋଷଯାତ୍ରା, ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ | 06 Jul 2024
-
ଆଜି ଅଣସରର ଦ୍ୱାଦଶୀ ତିଥି, ଶ୍ରୀଜୀଉଙ୍କର ରାଜପ୍ରାସାଦ ବିଜେ ନୀତି | 03 Jul 2024
-
ରାଜ୍ୟରେ ପ୍ରବଳ ବର୍ଷିବ, ଆସୁଛି ୨ଟି ଲଘୁଚାପ | 03 Jul 2024
-
ଅଣସର ଘରେ ଶ୍ରୀଜିଉ: ଗୁପ୍ତ ଚିକିତ୍ସା କରୁଛନ୍ତି ସେବାୟତ | 30 Jun 2024
-
ଅଣସର ଘରେ ଶ୍ରୀଜିଉଙ୍କର ଚାଲିଛି ଗୁପ୍ତ ଚିକିତ୍ସା | 29 Jun 2024
-
ଟି-୨୦ ବିଶ୍ୱକପ ୨୦୨୪; ଭାରତ-ଦ.ଆଫ୍ରିକା ହେବେ ମୁହାଁମୁହିଁ | 29 Jun 2024
-
ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା | 29 Jun 2024
-
ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ଆଜି ବି ବର୍ଷିବ | 28 Jun 2024
-
OSSTET ପରୀକ୍ଷା ଫଳ ପ୍ରକାଶ | 19 Jun 2024
-
ଆଜି ଚାଷୀଙ୍କ ଖାତାକୁ ଆସିବ ପିଏମ କିଷାନ ଟଙ୍କା | 18 Jun 2024
-
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ନେଇ ସମୀକ୍ଷା କରିବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | 17 Jun 2024