ଭୁବନେଶ୍ୱର(ଏଟିଆର ବ୍ୟୁରୋ):ରାଜ୍ୟରେ କରୋନା ସ୍ଥିତି ଅସମ୍ଭାଳ ହେବା ବେଳେ ଏବେ ପୁଣି ଜୀବନ ହନ୍ତସନ୍ତ କରୁଛି ବନ୍ୟା । ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ପ୍ରାୟ ଅନେକ ସ୍ଥାନ ଏବେ ଜଳମଗ୍ନ । ଏବେ ସୁଦ୍ଧା ପ୍ରାୟ ୮ ଲକ୍ଷ ଲୋକେ ପାଣି ଘେରରେ ରହିଛିନ୍ତି । ବନ୍ୟା ପାଇଁ ପାଣିରେ ବୁଡି ଓ କାନ୍ଥ ଭୁସୁଡି ୧୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ବନ୍ୟା ପରିସ୍ଥିତିକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏଭଳି ସୂଚନା ଦେଇଛନ୍ତି । ସେହିପରି ଚଳିତ ବନ୍ୟାରେ ୩ ଲକ୍ଷ ପଶୁ ସମ୍ପଦ ପ୍ରଭାବିତ ହୋଇଛନ୍ତି । ୨ରୁ ୩ ଲକ୍ଷ ହେକ୍ଟର ଚାଷ ଜମି ପାଣି ଘେରରେ ବୁଡ଼ି ରହିଛି । ୮ ହଜାର ଘର ଭାଙ୍ଗିଛି ବୋଲି ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି । ଜଳ ସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ସମୀକ୍ଷା କରିଥିଲେ ।
ବନ୍ୟା ପାଣି ଛାଡିଲା ପରେ ତୁରନ୍ତ କ୍ଷୟକ୍ଷତି ଅନୁଧ୍ୟାନ କରି ରିପୋର୍ଟ ଦେବା ପାଇଁ ଜିଲ୍ଲା ପ୍ରଶାସନ,ରାଜସ୍ୱ ବିଭାଗ ଓ କୃଷି ବିଭାଗକୁ କୁହାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି ।ବନ୍ୟାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇ ଦିଆଯିବ। ବନ୍ୟା ମୁକାବିଲା ପାଇଁ ୧୪ଟି ଓଡ୍ରାଫ୍ ଟିମ୍, ୧୫ଟି ଏନ୍ଡିଆର୍ଏଫ୍ ୟୁନିଟ୍ ଓ ୧୯ଟି ଅଗ୍ନିଶମ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି ।
ତେବେ ଯାଜପୁର ସ୍ଥିତି ଏବେ ବି ସଙ୍ଗୀନ ରହିଛି , ଜିଲ୍ଲାରେ ୨୬ଟି ଘାଇ ହୋଇଛି । ଏହା ସହ ବ୍ରାହ୍ମଣୀରେ ଆହୁରି ୨୪ ଘଣ୍ଟା ବନ୍ୟା ସ୍ଥିତି ଜଟୀଳ ରହିବ । ଆଜି ଅପରାନ୍ହ ସୁଦ୍ଧା ମୁଣ୍ଡଳି ଛୁଇବ ବନ୍ୟା ପାଣି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024