ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୋଏଡା ସେକ୍ଟର-୨୧ଏ ସ୍ଥିତ ଇଣ୍ଡୋର ଷ୍ଟାଡିୟମର ଲୋକାର୍ପଣ କରିଛନ୍ତି । ଏହି ଅବସରରେ ଅନେକ ଲୋକ ଉପସ୍ଥିତ ଥିଲେ ।
ବାସ୍ତବରେ ଏହି ଷ୍ଟାଡିୟମରେ ଆଜିଠୁ ସିନିୟର ରେସଲିଙ୍ଗ ଚାମ୍ପିଅନସିପ୍ ର ଶୁଭାରମ୍ଭ ହେଉଛି । ସେଥିପାଇଁ ନୋଏଡା ପ୍ରାଧୀକରଣ ପକ୍ଷରୁ ଇଣ୍ଡୋର ଷ୍ଟାଡିୟମର ଲୋକାର୍ପଣ କରାଗଲା ।
ଇଣ୍ଡୋର ଷ୍ଟାଡିୟମରେ ଅନେକ ଖେଳର ସୁବିଧା ମିଳିବ । ଏହାକୁ ସଂଚାଳନ କରିବା ପାଇଁ ଏଜେନ୍ସି ଚୟନ କାମ ଜାରି ରହିଛି । ବହୁତ ଶୀଘ୍ର କାମ ଶେଷ ହେବାର ସମ୍ଭାବନା ରହିଛି ।