ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବଡ ଘୋଷଣା । ରାଜ୍ୟବାସୀଙ୍କ ପାଇଁ ଗୁରୁବାର ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୦୦ ଦିନର ଲକ୍ଷ୍ୟ ନେଇ ୧୦ ହଜାରରୁ ଉଦ୍ଧ୍ୱର୍ ରାଜ୍ୟର ଯୁବକ-ଯୁବତୀଙ୍କୁ ସରକାରୀ ଚାକିରୀ ଦେବାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ରାଜ୍ୟର ସମସ୍ତ ଚୟନ ଆୟୋଗ, ବୋର୍ଡଙ୍କ ଅଧ୍ୟକ୍ଷଙ୍କ ସହିତ ବୈଠକ କରି ଯୋଗୀ କହିଛନ୍ତି କି, ଭର୍ତ୍ତି ପ୍ରକ୍ରିୟାରେ ପୂର୍ଣ୍ଣତଃ ସଂରକ୍ଷଣ ନିୟମ ପାଳନ କରାଯିବ । ଏହାସହିତ ଭର୍ତ୍ତି ପ୍ରକ୍ରିୟାକୁ ସୂଚିତାପୂର୍ଣ୍ଣ, ପାରଦର୍ଶୀ, ନିଷ୍ପକ୍ଷ ଓ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ସତର୍କତା ଅବଲମ୍ବନ କରାଯିବା ସହ ଠିକ ସମୟରେ ପ୍ରାର୍ଥୀଙ୍କ ଭେରିଫିକେସନ କରାଯିବ ।