ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟେଲିକମ କମ୍ପାନୀ ଗୁଡିକ ସେମାନଙ୍କ ପ୍ରିପେଡ ପ୍ଲାନ୍ସକୁ ପୂର୍ବ ମୁକାବିଲାରେ ମହଙ୍ଗା କରିଦେଇଛନ୍ତି । ଏହାଦ୍ୱାରା ଏବେ ୟୁଜର୍ସଙ୍କୁ କଲିଙ୍ଗ, ଡାଟା ଏବଂ ଏସଏମଏସ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ଏହାରି ମଧ୍ୟରେ ଟେଲିକମ ରେଗୁଲେଟରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) ୟୁଜର୍ସଙ୍କୁ ଆଶ୍ୱସ୍ତି ଦେବା ପାଇଁ ଚେଷ୍ଟା କରିଛି । ଯାହାଦ୍ୱାରା ୟୁଜର୍ସଙ୍କୁ ଏବେ ନମ୍ବର ପୋର୍ଟ କରିବା ହେବ ସହଜ । ଟ୍ରାଇ ଦ୍ୱାରା କରାଯାଇଥିବା ପରିବର୍ତ୍ତନ ପରେ ଏବେ ସେହି ପ୍ରିପେଡ ପ୍ଲାନର ସବ୍ସକ୍ରାଇବର ମଧ୍ୟ ନମ୍ବର ପୋର୍ଟ କରାଇବାର ଏସଏମଏସ ପଠାଇ ପାରିବେ । ଯେଉଁ ପ୍ଲାନରେ କମ୍ପାନୀ ମାଗଣା ଏସଏମଏସ ଅଫର କରୁ ନାହିଁ ।
କମ୍ପାନୀ ୟୁଜର୍ସଙ୍କ ଏଭଳି ଅନେକ ପ୍ଲାନ ଅଫର କରିଥାଏ ଯେଉଁଥିରେ କଲିଙ୍ଗ ଏବଂ ଡାଟାର ସୁବିଧା ମିଳିଥାଏ କିନ୍ତୁ ମାଗଣା ଏସଏମଏସ ସୁବିଧା ଦିଆଯାଇନଥାଏ । ସେଥିପାଇଁ ସେହି ପ୍ଲାନର ସବ୍ସକ୍ରାଇବରଙ୍କୁ ନମ୍ବର ପୋର୍ଟ କରିବା ପାଇଁ ଏସଏମଏସ ବେନିଫିଟ ଅଫର କରୁଥିବା ପ୍ଲାନ ରିଚାର୍ଜ କରିବାକୁ ପଡୁଥିଲା । ଯାହାଫଳରେ ସେମାନେ ପୋର୍ଟ ଆଉଟ ମେସେଜ ପଠାଇ ପାରିବେ । ଟେଲିକମ୍ କମ୍ପାନୀର ଏହି ମନମାନୀ ଉପରେ ଲଗାମ ଲଗାଇଛି ଟ୍ରାଇ । ଏଣିକି ନମ୍ବର ଫ୍ରି ବେନିଫିଟ୍ସ ଅଫର କରାଯାଇନଥିବା ପ୍ଲାନରେ ମଧ୍ୟ ନମ୍ବର ପୋର୍ଟ କରିବାର ଏସଏମଏସ ପଠାଯାଇ ପାରିବ ।