ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ରାଜସ୍ଥାନର ସିକ୍ସ ସେଂସ ଫୋର୍ଟରେ ଡିସେମ୍ବର ୯ରେ ବିବାହ କରିବେ ଭିକ୍କି-କ୍ୟାଟ । ଉଭୟଙ୍କର ବିବାହର ସମସ୍ତ ରଶମ ଆରମ୍ଭ ହୋଇଗଲାଣି । ମେହେନ୍ଦୀ, ସଙ୍ଗୀତ ପରେ ଆଜି ହେବ ଭିକ୍କି-କ୍ୟାଟଙ୍କ ହଳଦୀ ରଶମ । ଏନେଇ ସମସ୍ତ ବ୍ୟବସ୍ଥା ହୋଇସାରିଛି ।
ମିଡିଆ ରିପୋର୍ଟ ମୂତାବକ, ଆଜି ୧୨ ଟାରୁ ହଳଦୀ ରଶମ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହେବ । ଦୁଇଟି ଯାକ ପାରମ୍ପରିକ ନୀତିରେ କରାଯିବ ହଳଦୀ ରଶମ । ଏହି ରଶମରେ ବଲିଉଡର ବଡ ବଡ ଷ୍ଟାର ସାମିଲ ହେବାର କଥା ସାମ୍ନାକୁ ଆସୁଛି ।