ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଆସନ୍ତା କିଛି ଦନ ମଧ୍ୟରେ ଅଯୋଧ୍ୟ ଜମି ବିବାଦ ନେଇ ରାୟ ଆସିପାରେ । ଏହାକୁ ନେଇ ଉତ୍ତରପ୍ରଦେଶ ସରକାର ସଜାଗ ହୋଇ ପଡିଛନ୍ତି । ପୂର୍ବରୁ ଉତ୍ତରପ୍ରଦେଶ ସରକାର ସୋସିଆଲ ମିଡିଆରେ କୌଣସି ପ୍ରକାରର ବିବାଦୀୟ ବୟାନ ଦେବା ଉପରେ ରୋକ ଲଗାଇଛନ୍ତି । ଏହା ସହ ରାଜ୍ୟରେ ସମସ୍ତ ଅପରାଧି ମାନଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗି ସରକାର ।
ତେବେ ଉତ୍ତର ପ୍ରଦେଶ ଆମ୍ବେଦକର ଜିଲ୍ଲାର ସ୍କୁଲ ଇନସପେକ୍ଟର ଏକ ଚିଠି ଜାରି କରିଛନ୍ତି । ଏହି ଚିଠିରେ ଲୋଖାଯାଇଛି ଯେ ଆକବରପୁର, ତଣ୍ଡା, ଜଲାଲପୁର, ଜଇତପୁର, ଭିତି ଏବଂ ଆଲ୍ଲାପୁରରେ ଅସ୍ଥାୟୀ ଜେଲ୍ ଖୋଲାଯାଇଛି। ଏହି ୮ଟି ଅସ୍ଥାୟୀ ଜେଲ ଅଯୋଧ୍ୟା ରାୟ ପାଇଁ ଖୋଲା ଯାଇଛି । ଆସନ୍ତା ୧୭ ତାରିଖରେ ପ୍ରଧାନ ବିଚାରପତି ଅବସର ନେବାକୁ ଯାଉଛନ୍ତି । ତେବେ ଏହା ପୂର୍ବରୁ ଅଯୋଧ୍ୟା ରାୟ ଆସି ପାରେ ବୋଲି ଅନୁମାନ କରାଯାଉଛି । ସେଥିପାଇଁ ବର୍ତ୍ତମାନ ପ୍ରତିଷେଧକ ବ୍ୟବସ୍ଥାସ୍ୱରୂପ ଅଯୋଧ୍ୟାରେ ନିରାପତ୍ତା ବ୍ୟବସ୍ଥା କଠୋର କରାଯାଇ ୧୪୪ ଧାରା ଜାରି କରାଯାଇଛି।