ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ଷିୟାନ ସାମ୍ବାଦିକ ରାଧାକ୍ରିଶନନ୍ ନାୟରଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଶ୍ରୀ ନାୟର ସିଏନଏନ ନ୍ୟୁଜ୍୧୮ ର ମ୍ୟାନେଜିଙ୍ଗ ଏଡିଟର ଭାବେ କାର୍ଯ୍ୟଭାର ତୁଲାଉଥିଲେ ।
ଗତ କିଛି ମାସ ତଳେ ଶ୍ରୀ ନାୟରଙ୍କର କିଡନୀ ପ୍ରତ୍ୟାରୋପଣ ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଜଟିଳ ହୋଇପଡିଥିଲା । ସେଥିପାଇଁ ତାଙ୍କୁ ଭେଣ୍ଟିଲିଟର ସହାୟତାରେ ରଖାଯାଇଥିଲା । କିନ୍ତୁ ଆଜି ସକାଳୁ ତାଙ୍କର ମଲ୍ଟି ଅର୍ଗନ୍ ଫେଲ୍ ହେବାରୁ ମୃତ୍ୟୁ ଘଟିଛି ।
ମିଡିଆ ଇଣ୍ଡଷ୍ଟ୍ରିରେ ଶ୍ରୀ ନାୟରଙ୍କର ଦୀର୍ଘ ୨୫ ବର୍ଷର ଅଭିଜ୍ଞତା ରହିଛି । ସେ ପ୍ରଥମେ ସାମ୍ବାଦିକ କ୍ୟାରିୟର ୟୁଏନଆଇ କେରଳରୁ ହିଁ ଆରମ୍ଭ କରିଥିଲେ । ତାପରେ ସେ ବିଜନେସ୍ ରିପୋର୍ଟର ନିର୍ମାତା ଭାବେ ଟିଭି୧୮ରେ ଯୋଗ ଦେଇଥିଲେ । ଯାହାକୁ ବିବିସି ଇଣ୍ଡିଆରେ ପ୍ରସାରିତ କରାଯାଉଥିଲା । ଏହାସହିତ ସେ ସିଏନଏନ ନ୍ୟୁଜ୍୧୮ରେ ସଂସ୍ଥାପକ ଭାବେ ସାମିଲ ଥିଲେ ।
ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ଅନେକ ରାଜନେତାମାନେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ।
Shocked by the sudden demise of Shri Radhakrishnan Nair, Managing Editor of CNN-News18. Big loss to the journalist fraternity. Heartfelt condolences to his family members. I pray God to give his family the strength to bear the loss. Om Shanti.
— Prakash Javadekar (@PrakashJavdekar) November 27, 2018
Really sad to know of untimely passing away of my dear friend Radhakrishna Nair, sr Journalist ,very good human being, veteran in his field.We all will always miss him.Condolences to his family Om Shanti #RadhakrishnanNair
— Suresh Prabhu (@sureshpprabhu) November 27, 2018
Shocked to hear about the sudden demise of senior journalist Radhakrishnan Nair. May God give courage to his family to bear this irreparable loss. RIP
— Arvind Kejriwal (@ArvindKejriwal) November 27, 2018
Getting sad news in the morning about the passing away of senior journalist and a thorough gentleman Radhakrishnan Nair. Our thoughts are with his family in this moment of grief.
— Manish Sisodia (@msisodia) November 27, 2018