ଚେନ୍ନାଇ(ଏଟିଆର ବ୍ୟୁରୋ): ତାମିଲନାଡୁର ମୁଖ୍ୟମନ୍ତ୍ରୀ କେ ପଲାନୀସ୍ୱାମୀ ତାମିଲନାଡୁର କୃଷକମାନଙ୍କୁ ଉତ୍ସାହିତ କରିବାକୁ ଯାଇ ନିଜେ ଦା’ ଧରି ଖେତରେ ଚାଷ କରୁଛନ୍ତି ।
ପଲାନୀସ୍ୱାମୀଙ୍କ ଏମିତି ଏକ ଫଟୋକୁ ଉପରାଷ୍ଟପତି ଭେଙ୍କୟା ନାଇଡୁ ନିଜେ ଟ୍ୱିଟ୍ କରି ସେୟାର କରିଛନ୍ତି । ଏଥି ସହିତ ଉପରାଷ୍ଟପତି ଲେଖିଛନ୍ତି, ଏହା ଦେଖି ଖୁସି ଅନୁଭବ ହେଉଛି ଯେ, ଜଣେ ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ପଲାନୀସ୍ୱାମୀ ଜଣେ ସାଧାରଣ କୃଷକ ଭଳି କ୍ଷେତରେ ଚାଷ କରଉଛନ୍ତି ଏବଂ ସେ ନିଜ ପରମ୍ପରାକୁ ମଧ୍ୟ ଭୁଲି ନାହାନ୍ତି ।
Pleased to see Chief Minister of Tamil Nadu, Shri Edappadi K. Palaniswami working in fields as a farmer, who will never forget his roots. It may be symbolic but it inspires people. Everyone should focus on making agriculture profitable and sustainable. This is the need of hour. pic.twitter.com/cmcnKWaIHU
— Vice President of India (@VPSecretariat) January 19, 2020
ଉପରାଷ୍ଟ୍ରପତିଙ୍କ ଏଭଳି ଟ୍ୱିଟ୍ ରେ ସେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ଏବଂ ସେ ନିଜ ରାଜ୍ୟରେ କୃଷିର ବିକାଶ ଓ ଦଳିତଙ୍କ ଉତଥାନ ପାଇଁ ଅଧିକ ଧ୍ୟାନ କେନ୍ଦ୍ରିତ କାରିବାକୁ ପ୍ରତିଶୃତି ଦେଇଛନ୍ତି ।