ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଇତିହାସ ରଚିଲା ଭାରତ । ମହାକାଶରେ ବିକ୍ରମ-ଏସ୍ । ଶ୍ରୀହରିକୋଟା ଲଞ୍ଚ ପ୍ୟାଡରୁ ଦିନ ସାଢେ ଏଗାରଟାରେ ରକେଟ୍ ସଫଳତାର ସହ ଉତକ୍ଷେପଣ କରାଯାଇଛି । ଭାରତର ଏହା ପ୍ରଥମ ଘରୋଇ ରକେଟ । ଇସ୍ରୋ ସହଯୋଗରେ ରକେଟଟିକୁ ସ୍କାଏରୁଟ୍ ଏୟାରସ୍ପେସ ନିର୍ମାଣ କରିଛି ।
ମହାକାଶ କ୍ଷେତ୍ରରେ ଅନୁସନ୍ଧାନ ପାଇଁ କେନ୍ଦ୍ର ସରକାର ଅନୁମତି ଦେବା ପରେ ୨୦୨୦ ରେ ରକେଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଏହି ରକେଟ ମହାକାଶରେ ୮୧ କିଲୋମିଟର ଯାଏଁ ଯାତ୍ରା କରିପାରିବ ।