ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାସ୍ତା କଡରେ ବିକ୍ରି ହେଉଥିବା ବିଭିନ୍ନ ଖାଦ୍ୟ ତଥା ଷ୍ଟ୍ରିଟ ଫୁଡ୍ ଶରୀର ପାଇଁ କେତେ ହାନିକାରକ ତାହା ଆପଣ ଏହି ଭିଡିଓ ଦେଖିବା ପରେ ଜାଣିପାରିବେ । ପ୍ରକୃତରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ରାସ୍ତା କଡରେ ଇଟିଲି ବିକ୍ରି କରୁଥିବା ଜଣେ ବେପାରୀ ଟଏଲେଟରୁ ପାଣି ଆଣି ଚଟଣୀ ବନାଇବା ପାଇଁ ବ୍ୟବହାର କରୁଛନ୍ତି । ଭିଡିଓରେ ସଫା ସଫା ଭାବେ ନଜର ଆସୁଛି କି ଜଣେ ବ୍ୟକ୍ତି ତାଙ୍କ ଦୋକାନ ନିକଟରେ ଥିବା ଏକ ସାର୍ବଜନିକ ଶୌଚାଳୟରୁ କେନ୍ ରେ ପାଣି ଭର୍ତ୍ତି କରି ଆଣୁଛନ୍ତି ଏବଂ ସେହି ପାଣିକୁ ଚଟଣୀ କରିବା ପାଇଁ ବ୍ୟବହାର କରୁଛନ୍ତି । ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ଫୁଡ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନ ଅଧିକାରୀ ତଦନ୍ତ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
#हे राम! नींबू शरबत के बाद अब इडली भी गंदे पानी से !! इस वायरल वीडियो में इडली विक्रेता इडली के लिए # Borivali स्टेशन के शौचालय से गंदा पानी लेते हुए दिख रहा है #BMC #FDA ?@ndtvindia @MumbaiPolice @WesternRly pic.twitter.com/TFmRkgoMMN
— sunilkumar singh (@sunilcredible) May 31, 2019
ମୁମ୍ବାଇର ରାଇବରେଲି ଷ୍ଟେସନରୁ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ଏହି ମାମଲାକୁ ନେଇ ଫୁଡ୍ ଆଣ୍ଡ ଡ୍ରଗ ଆଡମିନିଷ୍ଟ୍ରେସନର ଅଧିକାରୀ କହିଛନ୍ତି କି, ଆମେ ଏହି ମାମଲାରେ ଷ୍ଟ୍ରିଟ୍ ଫୁଡ୍ ବିରୋଧରେ ତଦନ୍ତ କରିବୁ, କେବଳ ଏତିକି ନୁହେଁଁ ଏହିଭଳି ଅନ୍ୟ ହରକତ୍ କରୁଥିବା ଅନ୍ୟ ଭେଣ୍ଡର ଗୁଡିକୁ ମଧ୍ୟ ତଦନ୍ତ କରାଯିବ ।
ସବୁଠାରୁ ବଡ କଥା ହେଉଛି ଷ୍ଟ୍ରିଟ୍ ଫୁଡ୍ କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ବଦା ଚେତାବନୀ ଜାରି କରାଯାଇଥାଏ । ଏହା ପରେ ବି ଲୋକେ ଷ୍ଟ୍ରିଟ୍ ଫୁଡ୍ ଖାଇବା ଛାଡୁ ନାହାଁନ୍ତି ଏବଂ ଅନେକ ରୋଗକୁ ମଧ୍ୟ କିଣୁଛନ୍ତି ।