ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଠକାମୀର ଶୀକାର ହେଲେ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ୱାଗଙ୍କ ପତ୍ନୀ । ତାଙ୍କୁ ତାଙ୍କ ବିଜନେଓ ପାର୍ଟନର ଠକିଥିବା ଅଭିଯୋଗ କରିଛନ୍ତି ବିରୁ । ସୂଚନା ଅନୁସାରେ ବିରୁଙ୍କ ପତ୍ନୀ ଆରତି ଅଭିଯୋଗ କରିଛନ୍ତି ତାଙ୍କ ବ୍ୟବସାୟୀକ ଅଂଶିଦାର ତାଙ୍କ ଠାରୁ ଜାଲ ଦସ୍ତଖତ କରି ୪.୫ କୋଟି ଟଙ୍କା ଋଣ ନେଇ ତାକୁ ପରିଶୋଧ କରୁ ନାହାନ୍ତି ।
କୃଷି ଭିତ୍ତିକ ଏକ ବ୍ୟବସାୟରେ ତାଙ୍କ ସହିତ ଅଂଶିଦାରରେ ବ୍ୟବସାୟ କରୁଥିବା ଭାଗିଦାରଙ୍କ ନାମରେ ସେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଆରତିଙ୍କ ଠାରୁ ଜାଲ ଦସ୍ତଖତ ନେଇ ଦିଲ୍ଲୀରୁ ଋଣ ନେଇଛନ୍ତି । ଆରତୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ଦଫା ୪୨୦ ଫରଜରି, ୪୭୧ ଜାଲିଆତି ମାମଲା ରୁଜୁ କରିଛି । ସେ କହିଛନ୍ତି ଅଭିଯୁକ୍ତ ମାନେ ଦିଲ୍ଲୀର ଅର୍ଥଲଗାଣ ସ୍ଓତା ଠାରୁ ବିରେନ୍ଦ୍ର ସେହ୍ୱାଗଙ୍କ ନାମ କହି ପ୍ରଭାବିତ କରି ଏବଂ ତାଙ୍କ ଠାରୁ ଜାଲ ଦସ୍ତଖତ କରି ଋଣ ନେଇଛନ୍ତି ।