ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ନନ୍ଦନକାନନ ପକ୍ଷୀ ବିହାର । ବାର୍ଡ ଫୁଲ ଆଶଙ୍କାରେ ନନ୍ଦନକାନନ ପକ୍ଷୀ ବିହାର ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ପକ୍ଷୀ ମାନେ ରହୁଥିବା ଅଞ୍ଚଳରେ ପର୍ଯ୍ୟଟକଙ୍କ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି । ତେବେ ପରବର୍ତ୍ତୀ ଆଦେଶ ଯାଏ ପକ୍ଷୀ ବିହାର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ନନ୍ଦନକାନନ ଉପନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ କେବଳ ପକ୍ଷୀବିହାର ବନ୍ଦ ରହିବ, ନନ୍ଦନକାନନ ବନ୍ଦ ରହିବ ନାହିଁ ।
ସୂଚନା ଯୋଗ୍ୟ ଥାଉକି ଗତ କିଛି ଦିନ ହେବ ଭୁବନେଶ୍ୱର ଓୟୁଏଟିରେ ପରୀକ୍ଷଣ ପାଇଁ ଥିବା କୁକୁଡାଙ୍କ ଅସ୍ୱଭାବିକ ଭାବେ ମୃତ୍ୟୁ ହେଉଥିଲା । ଏହାକୁ ନଜରରେ ରଖି କୁକୁଡା ମାନଙ୍କର ସାମ୍ପଲକୁ ଭୋପାଳ ସ୍ଥିତ ଟେଷ୍ଟିଂ ଲ୍ୟାବକୁ ପଠାଯାଇଥିଲା । ସେଠାରେ କୁକୁଡା ମାନଙ୍କର ମୃତ୍ୟୁର କାରଣ ବାର୍ଡ ଫଲୁ ବୋଲି ଜଣା ପଡିଥଲା । ଏନେଇ ଗତକାଲି ରାଜ୍ୟ ସରକାର ଓୟୁଏଟି ଠାରୁ ୧ କିମି ଭିତରେ ଥିବା ସମସ୍ତ କୁକୁଡାଙ୍କୁ ମାରି ପୋତିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୁକୁଡା ମରା ଅଭିଯାନରେ ସରକାରଙ୍କ ତରଫରୁ ୧୨ଟି ରାପିଡ ରେସପନ୍ସ ଟିମ ନିଯୁକ୍ତି କରାଯାଇଛି । ଏଥିମଧ୍ୟରୁ ୭ ଟି ଟିମ କୁକୁଡା ମରା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୫ଟି ଟିମ ନିରୀକ୍ଷଣ ଦାୟୀତ୍ୱରେ ରହିବେ ।