ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ସବୁଜ ପନିପରିବା ଚାଷ ମାମଲାରେ ପଶ୍ଚିମବଙ୍ଗକୁ ପ୍ରଥମ ସ୍ଥାନ ମିଳିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ହର୍ଟିକଲଚର ପ୍ରଡକ୍ସନ ଷ୍ଟାଟିଷ୍ଟିକ୍ ମୁତାବକ,୨୦୧୮-୧୯ ମସିହାରେ ସବୁଠାରୁ ଅଧିକ ପନିପରିବା ଚାଷ ପଶ୍ଚିମବଙ୍ଗରେ ହୋଇଛି । ପଶ୍ଚିମବଙ୍ଗରେ ୨.୯୫ କୋଟି ଟନ୍ ପନିପରିବା ଚାଷ ହୋଇଛି । ସେହି ଅନୁଯାୟୀ ପରିବା ଚାଷରେ ସବୁଠାରୁ ଆଗରେ ରହିଛି ପଶ୍ଚିମବଙ୍ଗ ।
ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଉତ୍ତରପ୍ରଦେଶ । ଏଠାରେ ପନିପରିବା ଉତ୍ପାଦନ ୨.୭୭ କୋଟି ଟନ୍ ହୋଇଛି । ଆର୍ଥିକ ବର୍ଷ ୨୦୧୭-୧୮ ରେ ୨.୭୭ କୋଟି ଟନ୍ ପରିବା ଉତ୍ପାଦନ ସାଙ୍ଗକୁ ପଶ୍ଚିମବଙ୍ଗ ଦ୍ୱିତୀୟ ସ୍ଥାନରେ ରହିଥିଲା । ୨୦୧୮-୧୯ ରେ ଦେଶରେ ସର୍ବମୋଟ ପନିପରିବା ଉତ୍ପାଦନରେ ପଶ୍ଚିମବଙ୍ଗର ଭାଗ ୧୫.୯ ପ୍ରତିଶତ ରହିଛି । ସେହିପରି ୟୁପିର ୧୪.୯ ପ୍ରତିଶତ, ମଧ୍ୟପ୍ରଦେଶର ୯.୬ ପ୍ରତିଶତ, ବିହାରର ୯ ପ୍ରତିଶତ ଏବଂ ଗୁଜୁରାଟର ୬.୮ ପ୍ରତିଶତ ରହିଛି ।
ଏନେଇ ପଶ୍ଚିମବଙ୍ଗର କୃଷି ପରାମର୍ଶଦତ୍ତା ପ୍ରଦୀପ କୁମାର ମଜୁମଦାର କହିଛନ୍ତି, ଏହା ଏକ ଭଲ ଉପଲବ୍ଧି ଏବଂ ଏହି ଉପଲବ୍ଧିର ଶ୍ରେୟ ଆମ କୃଷକ ମାନଙ୍କୁ ଯାଉଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ମାର୍ଗଦର୍ଶନ ଆମକୁ କୃଷକଙ୍କ ଆମଦାନୀ ସହାୟକ କରୁଛି ।