ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କଟକଣା ଭିତରେ ଏବେ ଧୀରେ ଧୀରେ ସ୍ଥିତି ସ୍ୱାଭାବିକ ହେଉଛି । ରେଳ ଚଳାଚଳ ସେବା ଆରମ୍ଭ ହୋଇଛି । ଲକ୍ ଡାଉନ୍ ପାଇଁ ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକେ ଏବେ ନିଜ ନିଜ ଘରକୁ ଯାତ୍ରା କରୁଛନ୍ତି । ଟ୍ରେନ୍ ରେ ଯାତ୍ରା କରିବା ପାଇଁ ଅନଲାଇନ୍ ସହିତ ରେଲୱେ କାଉଣ୍ଟର, ଯାତ୍ରୀ ସୁବିଧା କେନ୍ଦ୍ର, ପୋଷ୍ଟ ଅଫିସ୍ ଏବଂ ମୋବାଇଲ ଆପ୍ ମାଧ୍ୟମରେ ଟିକେଟ ବୁକିଂ କରି ପାରିବେ । ସେପଟେ ଟିକେଟ ବୁକିଂ ପାଇଁ ଟିକେଟ ଏଜେଣ୍ଟକୁ ଅନୁମତି ମିଳି ସାରିଛି ।
ବର୍ତ୍ତମାନ ରେଲୱେ ଟ୍ରାକରେ ୨୩୦ ଟି ସ୍ପେଶାଲ ଟ୍ରେନ୍ ଗଡୁଛି । ଏଥିପାଇଁ ଆପଣ ଚାରି ମାସ ପୂର୍ବରୁ ଅଗ୍ରିମ ଟିକେଟ ବୁକିଂ କରିପାରିବେ । କୋଭିଡ୧୯ ଯୋଗୁଁ ଟ୍ରେନ୍ ସହିତ ପାର୍ସଲ ଟ୍ରେନ୍ ଯାଉନଥିଲା କିନ୍ତୁ ଏବେ ଏହି କୋଚ୍ ଟ୍ରେନରେ ଯୋଡି ହେବ । ଏହାର ଫାଇଦା ହେଉଛି ଏବେ ଟ୍ରେନ୍ ରେ ଜିନିଷ ପତ୍ର ବି ବୁକିଂ କରି ପାରିବେ । ଏହି ଟ୍ରେନ୍ ପାଇଁ ସମସ୍ତ ଟିକେଟ ରିଜର୍ଭେସନ । ଯେତିକି ସିଟ୍ ସେତିକି ଟିକେଟ ରିଜର୍ଭେସନ ହୋଇ ପାରିବ । ଏଥିରେ ସ୍ଲିପର ଏବଂ ଏସି କୋଚ୍ ବି ସାମିଲ ଅଛି ।
କିଭଳି କରିବେ ଟିକେଟ ରିଜର୍ଭେସନ
– ଆପଣ ଆଇଆରସିଟିସି ୱେବସାଇଟକୁ ଯାଇ ଟିକେଟ ବୁକ୍ କରି ପାରିବେ ।
– ଯଦି ଆପଣ ମୋବାଇଲ ଆପ୍ ଡାଉନଲୋଡ କରିଛନ୍ତି ତେବେ ସେଥିରେ ବି ଆପଣ ଟିକେଟ ବୁକ୍ କରି ପାରିବେ ।
– ରେଲୱେ ଷ୍ଟେସନ ସମେତ, ଯାତ୍ରୀ ସୁବିଧା କେନ୍ଦ୍ର, ପୋଷ୍ଟ ଅଫିସ, କମନ୍ ସର୍ଭିସ ସେଣ୍ଟରରେ ବି ଟିକେଟ ବୁକ୍ କରି ପାରିବେ ।
– ସ୍ପେଶାଲ ଟ୍ରେନ୍ ରେ ଯାତ୍ର ପାଇଁ ଆପଣ ୪ ମାସ ପୂର୍ବରୁ ଟିକେଟ ବୁକିଂ କରି ପାରିବେ ।
– ଯଦି ଆପଣ କୌଣସି ସ୍ଥାନକୁ ଅଚାନକ୍ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ତକ୍ରାଳ ସେବା ବି ଉପଲବ୍ଧ ଅଛି । ଗୋଟେ ଦିନ ପୂର୍ବରୁ ତକ୍ରାଳ ଟିକେଟ ବୁକ୍ କରି ପାରିବେ ।
– ଲକ୍ ଡାଉନ୍ ପାଇଁ ତକ୍ରାଳ ସେବା ଉପରେ ରୋକ ଲଗାଯାଇଥିଲା, କିନ୍ତୁ ଜୁନ୍ ୧ ରୁ ଏହାକୁ ହଟାଇ ଦିଆଯାଇଛି ।
– ଯଦି ଆପଣଙ୍କ କନଫର୍ମ ଟିକେଟ ଅଛି ତେବେ ଯାଇ ଆପଣ ଯାତ୍ରା କରି ପାରିବେ ।
– ଆରଏଏସି ଟିକେଟ ଧାରୀଙ୍କ ପାଇଁ ଯାତ୍ରାର ଅନୁମତି ଅଛି ।
– ଗୋଟେ ପିଏନଆର ରେ ଯଦି ଚାରୋଟି ଟିକେଟ ରହିଛି କିନ୍ତୁ ଗୋଟେ ଟିକେଟ କନଫର୍ମ ତେବେ ସମସ୍ତଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ ।
– ସ୍କ୍ରିନିଂ ସମୟରେ ଯଦି କରୋନା ଭାଇରସର କୌଣସି ଲକ୍ଷଣ ପରିଲିକ୍ଷିତ ହୁଏ ତେବେ ଯାତ୍ରା ପାଇଁ ଅନୁମତି ମିଳିବ ନାହିଁ । ଏହାସହିତ ଟିକେଟର ସମ୍ପୂର୍ଣ୍ଣ ଟଙ୍କା ରିଫଣ୍ଡ କରି ଦିଆଯିବ ।
– ଯାତ୍ରା ସମୟରେ ଆରୋଗ୍ୟ ସେତୁ ଆପ୍, ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।