ନୂଆଦିଲ୍ଲୀ (ଏଟିଆର ): ଡିଜି ଲକର ବା ଭରଚୁଆଲ ଲକର . ପ୍ରଧାନମନ୍ତ୍ରୀ ମୋଦି ଏହାକୁ ୨୦୧୫ ମସିହାରେ ଲଞ୍ଚ କରିଥିଲେ .ଡିଜିଟାଲ ଇଣ୍ଡିଆ ଅଭିଯାନ ଅନୁଯାଇ କେନ୍ଦ୍ର ସରକାର ଏହି ଡିଜି ଲକର ର ଶୁଭାରମ୍ଭ କରିଥିଲେ .ଏହା ମାଧ୍ୟମରେ ଆପଣ ଆପଣଙ୍କର ଡକୁମେଣ୍ଟକୁ ଅନଲାଇନ ଷ୍ଟୋରେଜ କରି ରଖିପାରିବେ . ଏହି ଲକର ଖୋଲିବା ପାଇଁ ଆଧାରକାର୍ଡ଼ ବା ଯେକୌଣସି ପରିଚୟ ପତ୍ର ର ଆବଶ୍ୟକତା ରହିଛି .
ଡିଜି ଲକର ରେ ଆକାଉଣ୍ଟ ଖୋଲିବାକୁ ହେଲେ ପ୍ରଥମେ digilocker.gov. in କୁ ଯିବାକୁ ପଡିବ. ଏହାପରେ sign up ରେ କ୍ଲିକ କରନ୍ତୁ . ଏତିକି କରିବା ପରେ ପେଜ ଖୋଲିଯିବ. ଏହାପରେ ଆପଣଙ୍କର ଫୋନ ନମ୍ବର ଆଡ଼ କରିବେ. ସେହି ନମ୍ବରରେ ଏକ ଓଟିପି ଯିବ ତାକୁ ଏଥିରେ ଆଡ଼ କରିବେ . user ନାଁ ଆଉ ପାସ୍ୱାର୍ଡ ସେଟ କରନ୍ତୁ . ଏହାପରେ ଆପଣ ଏହି ଆକାଉଣ୍ଟ ବ୍ୟବହାର କରିପାରିବେ .
ଡିଜି ଲକର ରେ ଆପଣଙ୍କ ଡକୁମେଣ୍ଟ ସେଭ କରିବାକୁ ହେଲେ ପ୍ରଥମେ ସମସ୍ତ ଡକୁମେଣ୍ଟ କୁ ସ୍କାନ କରନ୍ତୁ କିମ୍ବା ଡକୁମେଣ୍ଟ ର କ୍ଳିଅର ଫଟୋ ଉଠାଇ ଏଥିରେ ସେଭ କରନ୍ତୁ . ସେଥିପାଇଁ ପ୍ରଥମେ ଡିଜି ଲକର ଲଗଇନ କରନ୍ତୁ . ଏହାପରେ uploaded document ଉପରେ କ୍ଲିକ କରନ୍ତୁ . ସେଠାରେ ଡକୁମେଣ୍ଟ ର ତଥ୍ୟ ଦେଇ ଅପଲୋଡ଼ ବଟନ ରେ କ୍ଲିକ କରନ୍ତୁ .
ଏହି ଡିଜି ଲକର ରେ ଆପଣ ଆପଣଙ୍କର ଜରୁରୀ ଡକୁମେଣ୍ଟ ଯେପରିକି ମାର୍କସିଟ , ଡ୍ରାଇଭିଂ ଲାଇସେନ୍ସ, ଏବଂ ଅନ୍ୟାନ୍ୟ ଡଏ କୁମେଣ୍ଟ ସେଭ କରିପାରିବେ . ଏହାସହିତ ସୁରକ୍ଷା ପାଇଁ ଆପଣ ଏହି ଲକର କୁ ବ୍ୟବହାର କରିପାରିବେ .