ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯେଉଁଭଳି ଭାବେ ଭୋଟର ପରିଚୟ ପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ, ଏବଂ ପ୍ୟାନ କାର୍ଡ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଠିକ୍ ସେହିଭଳି ମାସ୍କେଡ ଆଧାରକାର୍ଡ ବି ନିହାତି ଜରୁରୀ । ଅନେକ ସମୟରେ ବ୍ୟସ୍ତତା ଭିତରେ କାର୍ଡ ଗୁଡିକ କୌଣସି ସ୍ଥାନରେ ଛାଡିଦେଇଥାନ୍ତି ବା ହଜିଯାଇଥାଏ । ଯାହାଫଳରେ ଆନେକ ଜରୁରୀ କାମ ଅଟକି ରହିଯାଇଥାଏ । ଏହି ମାସ୍କେଡ କାର୍ଡ ର ସବୁଠାରୁ ବଡ ଫାଇଦା ହେଉଛି ଏହି କାର୍ଡର କେହି ଭୁଲ ବ୍ୟବହାର କରି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିବା ମାସ୍କେଡ ଆଧାର କାର୍ଡ କଣ?
ମାସ୍କେଡ ଆଧାରକାର୍ଡ ଏଭଳି ଏକ ଅପ୍ସନ ଯାହା ୟୁଜର୍ସଙ୍କୁ ଡାଉନଲୋଡ କରାଯାଇଥିବ ଇ-ଆଧାରରେ ଆଧାର କାର୍ଡକୁ ମାସ୍କ କରିବାର ସୁବିଧା ଦେଇଥାଏ । ଏହାର ଅର୍ଥ ମାସ୍କେଡ ଆଧାର ସଂଖ୍ୟା କାର୍ଡ ରେ ‘xxxx-xxxx’ ଏହି ଭଳି ଭାବେ ଦେଖାଯାଇଥାଏ । ଏହି ମାସ୍କେଡ ଆଧାର କାର୍ଡରେ ଆଠ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦେଖାଯାଇନଥାଏ ।
ମାସ୍କେଡ ଆଧାର କାର୍ଡ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ୟୁଆଇଡିଏଆଇ ୱେବସାଇଟକୁ ଓପେନ କରି ଡାଉନଲୋଡ ଆଧାର ଅପ୍ସନକୁ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଆଧାର/ଭିଆଇଡି/ ନାମାଙ୍କନ ଆଇଡି ଅପ୍ସନକୁ ଚୟନ କରି ମାସ୍କେଡ ଆଧାର କାର୍ଡରେ କ୍ଲିକ କରନ୍ତୁ । ଏହାପରେ ମଗାଯାଇଥିବା ତଥ୍ୟ ଭରିବା ପରେ ରିକ୍ୟୁଷ୍ଟ ଓଟିପି ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ମୋବାଇଲ ନଂକୁ ଏକ ଓଟିପି ଆସିବ । ଓଟିପି ଦେବା ପରେ ଅନ୍ୟ ଡିଟେଲ୍ସ ଭରି ଡାଉନଲୋଡ ଆଧାରରେ କ୍ଲିକ ମାସ୍କେଡ ଆଧାର ଡାଉନଲୋଡ କରନ୍ତୁ ।