ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ତିନି ତଲାକ ବିଲ ପାସକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ଏହି ବିଲ ରାଜ୍ୟସଭାରେ ପାସ ହୋଇଛି । ଯାହାକୁ ବିଜେଡି ମଧ୍ୟ ରାଜ୍ୟସଭାରେ ସମର୍ଥନ ଜଣାଇଛି । ଦୀର୍ଘ ଦିନ ହେଲା ତିନି ତଲାକ ବିଲକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପହି ନଥିଲେ ମଧ୍ୟ ଏକ ନିର୍ଣ୍ଣାୟକ ମୋଡକୁ ଆସିଛି । ତେବେ ଆଜି ହୁଏତ ଅନେକଙ୍କ ମନରେ ଗୋଟିଏ ପ୍ରଶ୍ନ ରହିଛି ଏହି ତିନି ତଲାକ ବିଲ କ’ଣ? ଆଜି ବି ଏହା ଅନେକ ମନରେ ପ୍ରଶ୍ନ ହୋଇ ରହିଛି । ୨ ବର୍ଷ ଧରି ଲାଗି ରହିଥିବା ଏହି ବିବାଦ ବହୁ ଗଶତ ପ୍ରତିଘାତ ପରେ ୨୫ ତାରିଖରେ ଲୋକସଭା ଓ ଗତକାଲି ରାଜ୍ୟ ସଭାରେ ପାସ ହୋଇଛି ।
ତିନି ତଲାକ ବା ମହିଳା ବିବାହ ଅଧିକାର ସଂରକ୍ଷଣକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଛି । ବାକି କେବଳ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ହିଁ ଏହି ବିଲ ଆଇନରେ ପରିଣତ ହେବ । ତେବେ ପୂର୍ବରୁ ରହି ଆସିଛି ମୁସଲିମ ଦମ୍ପତ୍ତି ତିନି ଥର ତଲାକ ତଲାକ କହିଲେ ସେମାନଙ୍କର ଛାଡ ପତ୍ର ହେଉଥିଲା । ଯାହା ବିରୁଦ୍ଧରେ ଏହି ଆଇନଟି ରହିଛି । ଏହି ବିଲଟି ରାଷ୍ଟ୍ରପତି ଅନୁମୋଦନ ପାଇ ଅଶିନରେ ପରିଣତ ହେଲେ ତିନି ତଲାକ କହି ଜଣେ ପୁରୁଷ ନିଜ ସ୍ତ୍ରୀକୁ ଛାଡ ପତ୍ର ଦେଇ ପାରିବେ ନାହିଁ । ଯଦି ଏମିତି କେହି କରିବେ ତ ସେମାନଙ୍କୁ ଜେଲ ଯିବାକୁ ପଡିବ ।
ଜାଣନ୍ତୁ ତିନି ତଲାକ ବିଲ କ’ଣ? ଉଲ୍ଲଘଂନ କଲେ କ’ଣ ରହିଛି ଦଣ୍ଡ
ମୁସଲିମ ନିୟମ ଅନୁସାରେ ଯଦି ଜଣେ ପୁରୁଷ ଏକା ଥରରେ ନିଜ ସ୍ତ୍ରୀକୁ ତଲାକ, ତଲାକ, ତଲାକ ତିନିଥର କହିଦିଏ ତେବେ ଦମ୍ପତ୍ତିଙ୍କର ଛାଡପତ୍ର ଡେଉଥିଲା । ଏହା ପରେ ପତି ପତ୍ନୀ ଆଉ ଏକାଠି ରହି ପାରିବେ ନାହିଁ । ତେଣେକି ସେ ରାଗରେ କହି ଥାଉ ନାଁ କାହିଁକି । ତେବେ ଏହି ବିଲ ଆଇନରେ ପରରିଣତ ହେବା ପରେ ଯଦି କେହି ଏହାକୁ ଅମାନ୍ୟ କରନ୍ତି ବିନା ୱାରେଣ୍ଟରେ ଗିରଫ , ଏବଂ ତିନି ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ । ରାଜ୍ୟସଭାରେ ଏହି ଆଇନ ସପକ୍ଷରେ ୯୯ ପ୍ରତିଶତ ଓ ବିପକ୍ଷରେ ୮୪ ପ୍ରତିଶତ ଭୋଟ ମିଳିଲା । ଯେଉଁଥିରେ ନିର୍ଣ୍ଣାୟକ ଭୂମିକା ନେଲା ବିଜେଡି । ଏହି ବିଲକୁ ରାଜ୍ୟସଭାରେ ପାସ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସହଯୋଗ କରିଛି ବିଜେଡି ।