ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଡିଜିଟାଲରେ ପେମେଣ୍ଟ ଏବଂ ଟଙ୍କା ଟ୍ରାନ୍ସଫର କରିବାର ଅନେକ ଉପାୟ ଉପଲବ୍ଧ ଅଛି । ଏଥିରେ ୟୁପିଆଇ ଏବଂ ଡିଜିଟାଲ ୱାଲେଟ ବି ସାମିଲ ଅଛି । କିନ୍ତୁ ଆପଣ ଜାଣିଛନ୍ତି କି ୟୁପିଆଇ ଏବଂ ଡିଜିଟାଲ ୱାଲେଟ କଣ ଅନ୍ତର ରହିଛି ।
ଦୁଇଟି ବ୍ୟାଙ୍କ ଖାତା ମଧ୍ୟରେ ଟଙ୍କା ଟ୍ରାନ୍ସଫର କରିବାର କାମ କରିଥାଏ ୟୁପିଆଇ । ସେହିପରି ଡିଜିଟାଲ ୱାଲେଟ ଯେପରିକି ପେଟିଏମ ଏବଂ ଫୋନପେ ରେ ଡିଜିଟାଲ ନେଣ ଦେଣ ପୂର୍ବରୁ ଟଙ୍କା ଡିପୋଜିଟ କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ମଧ୍ୟରେ ଅନ୍ତର ।
ୟୁପିଆଇ:-
– ୟୁନିଫାଇଡ ପେମେଣ୍ଟ ଇଂଟରଫେସ (ୟୁପିଆଇ) ଟ୍ରାଞ୍ଜାକ୍ସନ ସିଧା ଗୋଟେ ବ୍ୟାଙ୍କରୁ ଆଉ ଏକ ବ୍ୟାଙ୍କକୁ ହୋଇଥାଏ ।
– ଭର୍ଚୁଆଲ ପେମେଣ୍ଟ ଆଡ୍ରେସ ଏବଂ ଆଇଡେଣ୍ଟିଟି ର ବ୍ୟବହାର କରିଥାଏ ୟୁପିଆଇ ।
– ୟୁପିଆଇରେ ପ୍ରତି ଟ୍ରାଞ୍ଜାକ୍ସନ ନେଣଦେଣ ର ସୀମା ୧ ଲକ୍ଷ ରହିଛି ।
– ଯେକୌଣସି ଦୁଇଟି ବ୍ୟାଙ୍କ ମଧ୍ୟରେ ହୋଇପାରିବ ୟୁପିଆଇ ଟ୍ରାଞ୍ଜାକ୍ସନ ।
– ଏହାସହିତ ୟୁପିଆଇରେ ଫ୍ୟୁଚର ଟ୍ରାଞ୍ଜାକ୍ସନର ସୁବିଧା ବି ମିଳିଥାଏ ।
ଡିଜିଟାଲ ୱାଲେଟ:-
– ଅନ୍ୟ ଜଣଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର କରିବାରେ ବନ୍ଧ ଭଳି କାମ କରିଥାଏ ଡିଜିଟାଲ ୱାଲେଟ ।
– ଡିଜିଟାଲ ୱାଲେଟରେ ମୋବାଇଲ ନମ୍ବର ବ୍ୟବହାର ହୋଇଥାଏ ।
– ଡିଜିଟାଲ ୱାଲେଟରୁ ପ୍ରତି ଟ୍ରାଞ୍ଜାକ୍ସନରେ ନେଣଦେଣ ର ସୀମା ମାସକୁ ୧୦ ହଜାର ଟଙ୍କା ରହିଥାଏ ।
– ଡିଜିଟାଲ ୱାଲେଟ୍ ରେ ଫ୍ୟୁଚର ଟ୍ରାଞ୍ଜାକ୍ସନ ର ସୁବିଧା ନଥାଏ । ଏହା ବ୍ୟବହାର ମୁଖ୍ୟତଃ ଇଂଷ୍ଟାଣ୍ଟ ଟ୍ରାଞ୍ଜାକ୍ସନ ପାଇଁ ହୋଇଥାଏ ।