ମୁମ୍ବାଇ(ଏଟିଆର ବ୍ୟୁରୋ):ସୀମା ବିବାଦ ସତ୍ତେ୍ୱ ଏବେ ଭାରତ ଚାଇନା ସମ୍ପର୍କରେ ସାମାନ୍ୟସୁଧାର ଆସିଛି । ଦୀର୍ଘ ୩୦ ବର୍ଷ ପରେ ଚାଇନା ପ୍ରଥମ ଥର ପାଇଁ ଭାରତରୁ ଚାଉଳ କିଣିବା ଆରମ୍ଭ କରିଛି । ଏବେ ମଧ୍ୟ ଚୀନ ସହ ଭାରତର ସୀମା ବିବାଦ ଲାଗି ରହିଥିବା ବେଳେ ଚୀନ ଏକ ବଡ଼ ପଦକ୍ଷେପ ନେଇଛି। ବିବାଦ ଜନିତ ତିକ୍ତତା ମଧ୍ୟରେ ଭାରତରୁ ପ୍ରଥମ ଥର ପାଇଁ ଚାଉଳ ଆମଦାନି କରିବା ଆରମ୍ଭ କରିଛି ଚୀନ।
ବେଜିଂ ବାର୍ଷିକ ପ୍ରାୟ ୪ନିୟୁତ ଟନ୍ ଚାଉଳ ଆମଦାନି କରେ ।ଗୁଣାତ୍ମକ ସମସ୍ୟା ଦର୍ଶାଇ ଭାରତରୁ ଚାଉଳ କ୍ରୟକୁ ବନ୍ଦ କରିଦେଇଥିଲା ଚୀନ, ଯାହାକୁ ଏବେ ପୁଣି ଆରମ୍ଭ କରାଯାଇଛି।ଗୋଟେ ଟନକୁ ୩୦୦ଡଲାର ହିସାବରେ ଡିସେମ୍ବର-ଫେବୃଆରିରେ ପରିବହନ ପାଇଁ ୧୦୦,୦୦୦ ଟନ୍ ଚାଉଳ ରପ୍ତାନି କରିବାକୁ ଭାରତୀୟ ବ୍ୟବସାୟୀମାନେ ଚୁକ୍ତି କରିଛନ୍ତି।
ଚାଇନାର ପାରମ୍ପରିକ ଚାଉଳ ଯୋଗାଣକାରୀ ରାଷ୍ଟ୍ର ଥାଇଲ୍ୟାଣ୍ଡ, ଭିଏତନାମ , ମ୍ୟାନମାର,ପାକିସ୍ତାନରେ ବଳକା ଚାଉଳ କମ ରହିଛି । ଚାଇନର ଆବଶ୍ୟକତା ମେଣ୍ଟାଇବାରେ ଏହା ଯଥେଷ୍ଟ କମ୍ ରହିଛି ।
ଭାରତୀୟ ଫସଲର ଗୁଣବତ୍ତା ଦେଖିବା ପରେ ଚୀନ ଆସନ୍ତା ବର୍ଷ କ୍ରୟ ବୃଦ୍ଧି କରିପାରେ ବୋଲି ଚାଉଳ ରପ୍ତାନିକାରୀ ସଂଘର ସଭାପତି ବି.ଭି କ୍ରିଷ୍ଣା ରାଓ କହିଛନ୍ତି ।