ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ) : ଯେଉଁମାନେ ହ୍ୟାଟ୍ସଆପ୍ ରେ ସାଙ୍ଗସାଥୀଙ୍କୁ ଷ୍ଟିକର୍ସ ପଠାଉଛନ୍ତି, ସେମାନଙ୍କ ପାଇଁ ଖୁସୀ ଖବର । ହ୍ୱାଟ୍ସଆପ୍ ତାର ଷ୍ଟିକରରେ ପରିବର୍ତ୍ତନ କରିବାରେ ପ୍ରସ୍ତୁତି ଚଲାଇଛି । ହ୍ୱାଟ୍ସଆପ୍ ରେ ଆନିମେଟେଟ୍ ଷ୍ଟିକର୍ସ ଉପରେ କାର୍ଯ୍ୟ କରିବା ଆରମ୍ଭ କରିଛି । ଏନେଇ WABetaInfo ଟ୍ୱିଟ୍ କରି ହ୍ୱାଟ୍ସଆପ୍ ଆନିମେଟେଡ୍ ଷ୍ଟିକର ବିଷୟରେ ସ୍ପଷ୍ଟ କରିଛି ।
ସୂଚନାଯୋଗ୍ୟ, ଆପ୍ସରେ ପୂବଭଳି ଷ୍ଟିକର ଗୁଡିକ ରହିବ କିନ୍ତୁ ସମସ୍ତ ଷ୍ଟିକର ମୁଭ୍ କରୁଥିବାର ଦେଖିବାକୁ ମିଳିବ । ଏହି ଆନିମେଟେଡ୍ ଷ୍ଟିକର୍ସ ଜିଆଇଏଫ ରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ । ଯଦି ଆପଣ ଫେସବୁକ୍ ଷ୍ଟିକର୍ସ ବ୍ୟବହାର କରିଥିବେ ତେବେ ଏହାକୁ ଆପଣ ସହଜରେ ବୁଝିପାରିବେ । ଆପଣମାନେ ଦେଖିଥିବେ ଫେସବୁକ୍ ରେ କିଛି ଆନିମେଟେଡ୍ ଷ୍ଟିକର୍ସ ରହିଛି, ଯାହାକୁ କମେଣ୍ଟ ବା ମେସେଞ୍ଜର ରେ ସେଣ୍ଡ କଲେ ମୁଭ୍ କରୁଛି । ସେହିଭଳି ଭାବେ ବିଟା ୟୁଜର୍ସ ଏହି ନୂତନ ଫିଚରକୁ ପ୍ରୟୋଗ କରିପାରିବେ ।