ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୩୧ ଡିସେମ୍ବର ୨୦୧୯ ରୁ କିଛି ସ୍ମାର୍ଟଫୋନ୍ ରେ ହ୍ୟାଟ୍ସଆପ୍ କାମ କରିବ ନାହିଁ । ଏନେଇ କମ୍ପାନୀ ପୂର୍ବରୁ ଘୋଷଣା କରିଛି । ଇତି ମଧ୍ୟରେ ଯଦି ଆପଣ ପୁରୁଣା ଫୋନ୍ ବ୍ୟବହାର କରୁଛନ୍ତି , ତେବେ ସେହି ଫୋନ୍ କୁ ତୁରନ୍ତ ବଦଳେଇ ଦିଅନ୍ତୁ । ଫେସବୁକ୍ ର କମ୍ପାନୀ ହ୍ୱାଟ୍ସଆପ୍ ରେ ଏଫଏକ୍ୟୁ ପେଜ୍ ଅପଡେଟ୍ କରି ସେହି ସ୍ମାର୍ଟଫୋନ୍ ବିଷୟରେ ଅବଗତ କରାଇଛି, ଯେଉଁଥିରେ ହ୍ୱାଟ୍ସଆପ୍ ସପର୍ଟୋ କରିବ ନାହିଁ । ସେହି ଫୋନ୍ ମଧ୍ୟରେ ରହିଛି ଆଣ୍ଟ୍ରୋଏଡ୍, ଆଇଓଏସ ଏବଂ ୱିଇଣ୍ଡୋଜ୍ ଅପରେଟିଙ୍ଗ ସିଷ୍ଟମରେ କାମ କରୁଥିବା ସ୍ମାର୍ଟଫୋନ୍ ।
ଆଣ୍ଡ୍ରୋଏଡ ୨.୩.୭ ଭର୍ସନରେ ଚାଲୁଥିବା ସ୍ମାର୍ଟଫୋନ୍ ବା ଏହାଠାରୁ ତଳ ଭର୍ସନର ସ୍ମାର୍ଟଫୋନ୍ରେ ହ୍ୱାଟ୍ସଆପ୍ ସପର୍ଟୋକୁ ବନ୍ଦ କରି ଦିଆଯିବ । ୨୦୨୦ ରୁ ଏହି ଫୋନ୍ ମାନଙ୍କରେ ୟୁଜର୍ସ ହ୍ୱାଟ୍ସଆପ୍ ବ୍ୟବହାର କରିପାରିବେ ନାହିଁ ।
ସେହିପରି ୱିଣ୍ଡୋଜ୍ ଅପରେଟିଙ୍ଗ ସିଷ୍ଟମର ସ୍ମାର୍ଟଫୋନ୍ ରେ ୩୧ ଡେସେମ୍ବରରୁ ହ୍ୱାଟ୍ସଆପ୍ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟ ତାର ୱିଣ୍ଡୋଜ୍ ୧୦ ମୋବାଇଲ ଅପରେଟିଙ୍ଗ ସିଷ୍ଟମ ର ହ୍ୱାଟ୍ସଆପ୍ ସପୋର୍ଟ ବନ୍ଦ କରିଦିଆଯାଇଛି ।
ଯଦି ଆପଣଙ୍କ ପାଖରେ ଅପରେଟିଙ୍ଗ ସିଷ୍ଟମର ସ୍ମାର୍ଟଫୋନ ଅଛି ତେବେ ତାକୁ ଓଏସ ଅପଡେଟ୍ କରିନିଅନ୍ତୁ । ଏହାବ୍ୟବତିତ ଯଦି ଆପଣ ଫୋନ୍ ବଦଳାଉଛନ୍ତି ତେବେ ଗୁଗଲ ଡ୍ରାଇଭରେ ହ୍ୱାଟ୍ସଆପ୍ ଚ୍ୟାଟ୍ସର ବ୍ୟାକଅପ୍ ନିଅନ୍ତୁ ।