ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରୋସ ଅଧାନୋମ୍ ଗେବ୍ରେବେସସ କହିଛନ୍ତି ଯେ ଆମେରିକା ଓ ଏସିଆ ପରି ଦେଶ ହିଁ କରୋନା ସଂକ୍ରମଣ ବଢାଇବାରେ ଦାୟୀ । ଏହା ସହିତ ସେ କହିଛନ୍ତି କୋଭିଡ-୧୯କୁ ରୋକିବା ପାଇଁ ଯେଉଁ ସବୁ ନିୟମ ପାଳନ କରାଯିବା କଥା ତାହା ଠିକ ସେ ପାଳନ କରାଯାଉନି ତେଣୁ ଲଗାତାର କୋରନା କେସ ବଢିବାରେ ଲାଗିଛି ।
(WHO) ର ନିୟମ – ପ୍ରଥମେ କୋନରା ବଢୁଥିବା ସମୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିୟମ ଅନୁସାରେ ବିଶ୍ୱର ସବୁ ସ୍ଥାନରେ ଲୋକମାନେ ମାସ୍କ ବ୍ୟବହାର କରିବେ,ନିଜ ହାତକୁ ବାରମ୍ବାର ଧୋଇବେ ଓ ଏହା ସହ ସୋସିଆଲ ଡିଷ୍ଟାସିଂଗ୍ ପାଳନ କରିବା ପାଇଁ ଆଦେଶ ଦିଆହୋଇଥିଲା ।
କିନ୍ତୁ କୋରନା ବଢୁଥିବା ସମୟରେ ଏହି ଅଭ୍ୟାସକୁ ଆପଣେଇବା ସମସ୍ତଙ୍କ ପାଖରେ ସମ୍ଭବ ନଥିଲା । ଖାସକରି ଆମେରିକାରେ କରୋନା ବଢିଥିବା ସମୟରେ ରାଷ୍ଟ୍ରପତି ଟ୍ରମ୍ପ ମାସ୍କର ବ୍ୟବହାର କରିବାକୁ ଉପଯୁକ୍ତ ବୋଲି ଭାବିନଥିଲେ । ଯାହାଦ୍ୱାରା କୋଭିଡ -୧୯ ଆମେରିକାରେ ହୁ ହୁ ହୋଇ ବଢିଲା । ବହୁତ ସମୟ ପରେ ଟ୍ରମ୍ପ ମାସ୍କ ବ୍ୟବହାର କରିବାକୁ ଆଦେଶ ଦେଇଥିଲେ ।
(WHO) ର ଡର କ’ଣ ?
ଆମେରିକା ସହିତ ବ୍ରାଜିଲର ରାଷ୍ଟ୍ରପତି ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ((WHO) ର କୌଣସି ନିୟମକୁ ମାନିବାକୁ ନାରାଜ ଯାହାକି ଚିନ୍ତା ବଢାଉଛି (WHO) ର ।
ସେଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ((WHO) ର ମୁଖ୍ୟ ଟେଡ୍ରୋସ ଅଧାନୋମ ଗେବ୍ରେବେସସ କହିଛନ୍ତି କୋଭିଡ-୧୯ର କେସ ବଢିବା ପାଇଁ ଟ୍ରମ୍ପ ମୁଖ୍ୟ ଦାୟୀ । ଏହି ସମୟରେ ଆମେରିକାରେ ନିର୍ବାଚନ ପ୍ରକିୟା ଟ୍ରମ୍ପ ଆରମ୍ଭ କରିଥିଲେ । ଯାହା କରିବାର ନଥିଲା ।
ଏହି ବିଷୟରେ ଚିନ୍ତା କରି ଟେଡ୍ରୋସ ଆମେରିକା ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ବ୍ରାଜିଲରେ ସବୁଠାରୁ ଅଧିକ ପ୍ରାୟ ୭୫୦୦୦ ଲୋକ କୋଭିଡ-୧୯ରେ ମୃତ୍ୟୁ କରିଛନ୍ତି । ଡଐଙ ଏଥିପାଇଁ ବ୍ରାଜିଲ ରାଷ୍ଟ୍ରପତିକୁ ଦୋଷି ମାନୁଛି ।
ମହତ୍ୱପୂ୍ର୍ଣ୍ଣ ୩ ନିୟମ –
ଏକ୍ସପର୍ଟଙ୍କ କହିବା ଅନୁସାରେ ଆମେ ଯେତେ ମାତ୍ରାରେ ମାସ୍କ ବ୍ୟବହାର କରିବା, ସାନିଟାଇଜର ବ୍ୟବହାର କରିବା ଓ ସୋସିଆଲ ଡିଷ୍ଟାସିଂଗ ପାଳନ କରିବା କୋରୋନା ଆକ୍ରନ୍ତରୁ କିଛି ମାତ୍ରାରେ ବଞ୍ଚି ପାରିବା ।
ଏହା ସହିତ ଆମକୁ ପୌଷ୍ଟିକର ଖାଦ୍ୟ ଖାଇବା ମଧ୍ୟ ଦରକାର । ସବୁ କିଛି କରିବା ପରେ ଯଦି ଜଣେ କୋରନା ସଂକ୍ରମିତ ହେଉଛି , ତାହା ମଧ୍ୟ ଠିକ ହୋଇ ପାରିବ କିନ୍ତୁ ସମୟ ଥିବା ପୂର୍ବରୁ ଚିକିତ୍ସା କଲେ । ଏହା ପାଇଁ ରୋଗ ଆରମ୍ଭ ହେବା ମାତ୍ରେ ଚିକିତ୍ସା କରିବା ଦରକାର ।
ଆପଣ ସବୁ ନିୟମ ମାନି ମଧ୍ୟ ଜଦି କାହା ସଂଶ୍ପର୍ସରେ ଆସି ଏହି ମହାମାରୀର ଶୀକାର ହେଉଛନ୍ତି ତେବେ ଆପଣଙ୍କ ଶରୀରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏହାକୁ ଦୂର କରିବାକୁ ସାହାଯ୍ୟ କରିବ ।
ରୋଗ ପ୍ରତିରୋଧକ ଶକ୍ତି ବଢାଇବାପାଇଁ ହେଲେ ଆପଣଙ୍କୁ ନିଜ ଖାଦ୍ୟପେୟର ଧ୍ୟାନ ରଖିବାକୁ ପଡିବ ଓ ଘରୋଇ ଆୟୁର୍ବେଦିକ ଜିନିଷର ଅଧିକ ମାତ୍ରାରେ ବ୍ୟବହାର କରିବାକୁ ପଡିବ ।