ଭୁବନେଶ୍ୱର(ଏଟିଆର ବ୍ୟୁରୋ): ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶୀ ମିଳିବା ଖବର ପ୍ରକାଶ ପାଇବା ପରଠାରୁ ଫାଶୀକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିବାରେ ଲାଗିଛି । ତେବେ ଆସନ୍ତୁ ଆଜି ଜାଣିବା ଅଦାଲତରେ ବିଚାରକ ଫାଶୀ ଦଣ୍ଡାଦେଶ ଦେବା ପରେ କାହିଁକି କଲମ ମୁନ ଭାଙ୍ଗି ଦିଅନ୍ତି ।
ଏମିତି ଦୃଶ୍ୟ ଆପଣ ଅନେକ ବାର ସିନେମାରେ ମଧ୍ୟ ଦେଖି ସାରିଥିବେ । ଯେଉଁ କଲମରେ ବିଚାରକ ଫାଶୀ ଦଣ୍ଡାଦେଶ ଦିଅନ୍ତି ସେହି କଲମ ମୁନକୁ ସେଇଠାରେ ଭାଙ୍ଗି ଦିଅନ୍ତି ।
ତେବେ ଏମିତି ନିୟମ କେବଳ ଭାରତରେ ପ୍ରଚଳିତ ଅଛି । କୌଣସି ଅପରାଧୀକୁ ଫାଶୀ ଦଣ୍ଡାଦେଶ ଶୁଣାଇବା ପରେ ସେହି କଲମକୁ ଭାଙ୍ଗି ଦେବା ପରମ୍ପରା ।
ଏଭଳି ଅପରାଧ ଆଉଥରେ ନହେଉ ବୋଲି କଲମ ମୁନକୁ ଭାଙ୍ଗି ଦିଆଯାଇଥାଏ । ଆହୁରି ମଧ୍ୟ କୁହାଯାଏ ଫାଶୀ ଦଣ୍ଡାଦେଶ ପରେ ଜଣଙ୍କର ଜୀବନ ଶେଷ ହୋଇଯାଇଥାଏ । ଯେଉଁଥିପାଇଁ ପୁରୁଣା କଲମଟିକୁ ଭାଙ୍ଗି ଦିଆଯାଇଥାଏ ।
ଫାଶୀ ହେଉଛି ଦେଶର ସବୁଠାରୁ ବଡ ଦଣ୍ଡ । ଥରେ ସୁପ୍ରିମକୋର୍ଟ ଫାଶୀ ଦଣ୍ଡାଦେଶ କଲେ ତ ତାହାକୁ ଆଉ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ଦୋଷୀ ରାଜକ୍ଷମା ପାଇଁ ଆବେଦନ କରିପାରିବେ ।
ଆହୁରି ମଧ୍ୟ କୁହାଯାଏ ଯଦି ଅଦାଲତ ଫାଶୀ ଦଣ୍ଡାଦେଶ ଦେଲେ । ସେ ମଧ୍ୟ ପୁନର୍ବାର ଏହାକୁ ପରିବର୍ତ୍ତନ କରିପାରିବେ ନାହିଁ । ତେଣୁ ଫାଶୀ ଦଣ୍ଡାଦେଶ ପରେ ବିଚାରକ କଲମ ମୁନକୁ ଭାଙ୍ଗି ଦେଇଥାନ୍ତି ।