ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):କିଛି ଦିନ ପୂର୍ବରୁ ସୁନା ଓ ରୁପାର ମୂଲ୍ୟ ସମାନ୍ତରାଳ ଥିଲା । ପୂଜାର ପର୍ବ ଆସିଲା ପରେ ବି କୌଣସି ପରିବର୍ତ୍ତ ଦେଖିବାରକୁ ମିଳି ନଥିଲା । କିନ୍ତୁ ଗତ ଗୁରୁବାର ଦିନ ସୁନା ଓ ରୁପାର ମୂଲ୍ୟ କମିଛି । ତେବେ ଆପଣ ଏବେ ପୂଜା ବଜାରରେ କିଣି ପାରିବେ ଏହି ଦୁଇ ଅଳଙ୍କାର । ଦିଲ୍ଲୀର ଅଳଙ୍କାର ବଜାରରେ ଲଗାତର ଚତୁର୍ଥ ଦିନ ସୁନା ଓ ରୁପାର ଦର କମିଛି । ବିଶ୍ୱ ମାର୍କେଟରେ ସୁନାର ଦାମ୍ କମିବା ଫଳରେ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡିଛି । ଗୁରୁବାର ଅଳଙ୍କାର ବଜାରରେ ସୁନା ୧୦ ଗ୍ରାମ୍ ପିଛା ୪୮୫ ଟଙ୍କା ଶସ୍ତା ହୋଇଥିବା ବେଳେ ରୁପା କେଜି ପିଛା ୨୦୦୦ ଟଙ୍କା କମିଛି । ଆମେରିକା ଡଲାର ସୁଦୃଢ ହେବା ସତ୍ୱେ ସୁନାଦର ଆଉନ୍ସ ପିଛା ୨ ପ୍ରତିଶତ କମି ୧୮୬୨ ଡଲାର ରହିଛି । ତେଣୁ ଘରୋଇ ବଜାରରେ ସୁନା କିଣିବା ଶସ୍ତା ହେବ ।ଗତ ୪ ଦିନରେ ସୁନା ୧୦ ଗ୍ରାମ ପିଛା ପ୍ରାୟ ୨୫୦୦ ଟଙ୍କା ଶସ୍ତା ହେଲାଣି । ଗତ ମାସରେ ସୁନା ୯୫୦ ଟଙ୍କା ହ୍ରାସ ପାଇଥିଲା । ବୁଧବାର ରୁପା ଦାମ୍ ମଧ୍ୟ କେଜି ପିଛା ୨୭୦୦ ଟଙ୍କା ହ୍ରାସ ପାଇଛି ।
ଗୁରୁବାର ଦିଲ୍ଲୀ ଅଳଙ୍କାର ବଜାରରେ ରୁପା ଦାମ୍ ୨୦୮୧ ଟଙ୍କା ହ୍ରାସ ପାଇ ୬୦ ହଜାର ତଳକୁ ଖସିଛି । ରୁପା ଦାମ୍ ଏବେ କେଜି ପିଛା ୫୮,୦୯୯ ରହିଛି । ଏହାପୂର୍ବରୁ ରୁପା ଦାମ ଥିଲା ୬୦,୧୮୦ । ଅନ୍ତରାଷ୍ଟ୍ରୀୟ ବଜାରରେ ରୁପା ଦର ଆଉନ୍ସ ପିଛା ୨୨.୧୨ ଡଲାର ରହିଛି । ସେହିପରି ସୁନା ମଧ୍ୟ ୪୫୦ ଟଙ୍କା ହ୍ରାସ ପାଇ ୫୦,୪୧୮ରେ ପହଁଚିଛି । ଏହାପୂର୍ବରୁ ସୁନା ଦର ୧୦ ଗ୍ରାମ୍ ପିଛା ୫୦,୯୦୩ ଟଙ୍କା ଥିଲା ।ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୧୮୫୪ ଡଲାର ରହିଛି । ତେଣୁ ବର୍ତ୍ତମାନ ସୁନା କିଣିବା ସହଜ ହେବ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024