ମୁମ୍ବାଇ (ଏଟିଆର ବ୍ୟୁରୋ):ବର୍ତ୍ତମାନ ଖୋଲିବାକୁ ଲାଗୁଛି ବଲିଉଡର ଡ୍ରଗ୍ସ ମାମଲା । ତେବେ ଏହା ସାମ୍ନାକୁ ଆସିବା ପରେ ଅନେକ ବଡ ବଡ କଳାକାରଙ୍କ ନାମ ସାମିଲ ଅଛି ଡ୍ରଗ୍ସ ଲିଙ୍କ୍ରେ । ଦୀପିକା ପାଦୁକୋନଙ୍କ ନାଁ ମଧ୍ୟ ଏଥିରେ ସାମିଲ ଅଛି ତେଣୁ ଏହା ନେଇ ଏନସିବି ତାଙ୍କୁ ପଚରା ଉଚରା ପାଇଁ ସମନ ଜାରି କରିଥିଲା । ଏନସିବିରେ ହାଜିର ହେବା ନେଇ ଗୁରୁବାର ଗୋଆରୁ ମୁମ୍ବାଇ ଆସିଛନ୍ତି ଦୀପିକା, ସାଙ୍ଗରେ ସ୍ୱାମୀ ରଣବୀର କପୁର ମଧ୍ୟ ଅଛନ୍ତି। ଦୀପିକା ମୁମ୍ବାଇ ଆସୁଥିବାର ସୂଚନା ମିଳିବା ପରେ ବିମାନ ବନ୍ଦରର ସୁରକ୍ଷା କଡାକଡି କରାଯାଇଥିଲା। ସେହିପରି ମୁମ୍ବାଇସ୍ଥିତ ସେମାନଙ୍କ ଘରର ସୁରକ୍ଷା ମଧ୍ୟ ବଢାଇ ଦିଆଯାଇଥିଲା। ତେବେ ଦୀପିକା ଶୁକ୍ରବାର ନାରକୋଟିକ୍ସ ବ୍ୟୁରୋ (ଏନସିବି)ରେ ହାଜର ହେଉନଥିବା ଜଣାପଡିଛି।
ସେ ଶନିବାର ଏନସିବି ଅଫିସ୍କୁ ଯିବେ ବୋଲି ଜଣାପଡିଛି। ନିକଟରେ ଦୀପିକାଙ୍କ ଡ୍ରଗ୍ସ ଚାଟ୍ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ‘ମାଲ ହୈ କ୍ୟା’ ପଚାରୁଥିବାର ଦେଖାଯାଇଥିଲା। ଏହା ପରେ ଦୀପିକାଙ୍କ ଡ୍ରଗ୍ସ ଚାନେଲ ସମ୍ପୃକ୍ତି ନେଇ ଚର୍ଚ୍ଚା ଉଠିଥିବା ବେଳେ ନିକଟରେ ଏନସିବି ତାଙ୍କୁ ସମନ କରିଛନ୍ତି। ତେବେ ଏନସିବିଙ୍କ ସମନ ପରେ ଦୀପିକା ଟେନସନ୍ରେ ଥିବା ଜଣାପଡିଛି।
ତାଙ୍କ ପରିବାର ଲୋକେ ତାଙ୍କ ଲାଗି ଲିଗାଲ ଟିମ୍ଙ୍କସହ ଭିଡିଓ କନଫରେନସିଂରେ ଆଲୋଚନା କରିଥିବା ଜଣାପଡିଛି। ତେବେ ଏ ନେଇ ଦୀପିକାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଜଣାପଡିନାହିଁ। ଏନସିବି ଦୀପିକାଙ୍କ ସମେତ ତାଙ୍କ ମ୍ୟାନେଜର କରିସ୍ମାଙ୍କୁ ମଧ୍ୟ ସମନ ପଠାଇଥିବା ଜଣାପଡିଛି। ମାମଲରେ କରିସ୍ମାଙ୍କୁ ମଧ୍ୟ ପଚରାଉଚରା କରାଯିବ। ତେବେ ଆସନ୍ତା କାଲି ଏନସିବି କରିବ ଦୀପିକୀଙ୍କୁ ଜେରା ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024