ଆନ୍ଧ୍ର( ଏଟିଆର ବ୍ୟୁରୋ): ନିର୍ବାଚନ ବେଳଠୁ ସବୁବେଳେ କିଛି ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ ରହି ଆସିଥିବା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଉ ଏକ ନୂତନ ପଦକ୍ଷେପ ନେବାକୁ ଯୋଜନା କରୁଛନ୍ତି । ମିଳିଥିବା ଖବର ମୁତାବକ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ ଜଗନମୋହନ ରେଡ୍ଡୀ ରାଜ୍ୟରେ ତିନୋଟି ରାଜଧାନୀ କରିବା ପାଇଁ ଯୋଜନା କରୁଛନ୍ତି । କରୁନଲ, ବିଶାଖା ପାଟନମ ଓ ଅମରାବତୀରେ ଗୋଟିଏ ଲେଖାଏଁ ରାଜଧାନୀ କରିବାକୁ ଯୋଜନା କରୁଛନ୍ତି ।
ସୂଚନାଯୋଗ୍ୟ ପୂର୍ବରୁ ରାଜ୍ୟରେ ୫ ଉପମୁଖ୍ୟମନ୍ତ୍ରୀ କରି ସେ ଚର୍ଚ୍ଚାରେ ଥିଲେ । ତେବେ ଏହାକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବାକୁ ପଛାଇ ନାହାନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି କ’ଣ ଜଗନମୋହନ ରେଡ୍ଡୀ ୩ ଟି ଜାଗାରେ ନିଜର ନିବାସ ତିଆରି କରିବେ ।