ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜରୁରୀ ଡକ୍ୟୁମେଣ୍ଟ ମଧ୍ୟରୁ ଆଧାରକାର୍ଡ ଅନ୍ୟତମ । ବ୍ୟାଙ୍କ ଖାତା ଠାରୁ ଆରମ୍ଭ କରି ଗ୍ୟାସ ବୁକିଂ କରିବା ପର୍ଯ୍ୟନ୍ତ ସବୁଥିରେ ଆଧାରକାର୍ଡର ଆବଶ୍ୟକତା ରହିଛି । ଇତିମଧ୍ୟର ଯଦି ଆପଣ ସହର ଅର୍ଥାତ ଘର ବଦଳାଇଛନ୍ତି ଏବଂ ଆଧାରକାର୍ଡରେ ନୂତନ ଠିକଣା ଅପଡେଟ କରିବାକୁ ଚାହୁଁଛନ୍ତି , ତେବେ ସେଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ । ଏଣିକି ବିନା କୌଣସି ଡକ୍ୟୁମେଣ୍ଟରେ ଆପଣଙ୍କ ଆଧାରକାର୍ଡରେ ଠିକଣା ଅପଡେଟ ହୋଇଯିବ ।
ଆଧାରକାର୍ଡରେ ଘରର ଠିକଣା ବଦଳାଇବା ପାଇଁ ଅନ୍ୟ କୌଣସି ଡକ୍ୟୁମେଣ୍ଟ ଦେଖାଇ ଠିକଣା ବଦଳାଯାଇଥାଏ । କିନ୍ତୁ ଏବେ ଆପଣଙ୍କୁ ଆଉ ଚିନ୍ତିତ ହେବାର ଆବଶ୍ୟକତା ନାହିଁ । ଏବେ ଆପଣଙ୍କୁ ପାସପୋର୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ, ବ୍ୟାଙ୍କ ପାସବୁକ, ବିଦ୍ୟୁତ ବିଲ, ଭୋଟର ପରିଚୟପତ୍ର, ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ, ରାସନକାର୍ଡ ଆଦି ଦେବାକୁ ପଡିବ ନାହିଁ । ଏଣିକି ବିନା ଡକ୍ୟୁମେଣ୍ଟରେ ଠିକଣା ବଦଳି ପାରିବ ।
ଯଦି ଆପଣଙ୍କୁ ଆଧାରକାର୍ଡରେ ଠିକଣା ବଦଳାଇବାର ଅଛି କିନ୍ତୁ ଆପଣଙ୍କ ନିକଟରେ କୌଣସି ଡକ୍ୟୁମେଣ୍ଟ ନାହିଁ । ତେବେ ଆପଣଙ୍କ ଅଞ୍ଚଳର ସାଂସଦ, ବିଧାୟକଙ୍କ ଙ୍କୁ ଫଟୋ ଲାଗିଥିବା ପରିଚୟ ପତ୍ର ନେଇ ଦେଖାନ୍ତୁ । ପ୍ରମାଣ କରିଦଅନ୍ତୁ କି ଆପଣ ଏହି ଠିକଣା ରହୁଛନ୍ତି, ଏହାପରେ ଆପଣଙ୍କ ଆଧାରରେ ଘରର ଠିକଣା ବଦଳାଇ ଦିଆଯିବ ।
ଆଧାରକାର୍ଡ ରେ ଠିକଣା ବଦଳାଇବା ପାଇଁ ଆପଣଙ୍କ ନିକଟରେ ସେହି ମୋବାଇଲ ନମ୍ବର ରହିବା ଜରୁରୀ ଯେଉଁଟା ଆଧାରକାର୍ଡରେ ଅପଡେଟ ହୋଇଥିଲା । ସେହି ନମ୍ବରରେ ଆପଣଙ୍କ ନିକଟକୁ ଏକ ଓଟିପି ପଠାଯିବ ଏବଂ ସେହି ଓଟିପି ଦେବା ପରେ ଆପଣ ଆଧାରକାର୍ଡରେ କୌଣସି ପରିବର୍ତ୍ତନ କରିପାରିବେ ।
ଅଧାରକାର୍ଡରେ ଠିକଣା ବଦଳାଇବା ପାଇଁ ଆପଣଙ୍କୁ ୟୁଆଇଡିଏଆଇ ର ଅଫିସିଆଲ ୱେବସାଇଟକୁ ଯିବାକୁ ହେବ । ଏହାପରେ ଆଧାରକାର୍ଡ ଅପଡେଟ ଅନଲାଇନ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଠିକଣା ଅପଡେଟ କରିବା ପାଇଁ ଆପଣଙ୍କ ସାମ୍ନାରେ ଏକ ୱିଣ୍ଡ ଖୋଲିବ, ସେଥିରେ ଆପଣଙ୍କ ଆଧାର ନମ୍ବର ଦେଇ ଲଗଇନ୍ କରିବାକୁ ହେବ ।
ଆଧାର ନମ୍ବର ଦେବା ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ, ଯାହାକୁ ଦେବା ପରେ ପୋର୍ଟାଲ ଖୋଲିଯିବ । ପୋର୍ଟାଲ ଲଗଇନ ହେବା ପରେ ସେଠାରେ ଠିକଣା ବିକଳ୍ପ ଉପରେ କ୍ଲିକ କରିବାକୁ ହେବ । ଏହାପରେ ଆଧାର ଅପଡେଟ ର ଫର୍ମ ଖୋଲିବ । ଏଥିରେ ମଗାଯାଇଥିବା ତଥ୍ୟ ଦେବାକୁ ହେବ ।
ଫର୍ମରେ ସମସ୍ତ ତଥ୍ୟ ଭରିବା ପରେ ଗୋଟେ ଥରେ ଚେକ କରିବା ନିହାତି ଜରୁରୀ । ଏହାପରେ ସବମିଟ୍ ଅପଡେଟ ରିକ୍ୟୁଷ୍ଟ ବଟନ ଉପରେ କ୍ଲିକ କରିଦେବା ପରେ ପ୍ରୋସେସ ପୁରା ହୋଇଯିବ ।
ଏହାପରେ ଆପଣଙ୍କ ଠିକଣା ଅପଡେଟ ପାଇଁ କିଛି ଡକ୍ୟୁମେଣ୍ଟ ମଗା ଯିବ । ଏଠାରେ ଆପଣ କୌଣସି ବି ପରିଚୟପତ୍ର ଅର୍ଥାତ ସାଂସଦ, ବିଧାୟକଙ୍କ ଦ୍ୱାରା ମୋହର ଲାଗିଥିବା ପ୍ରମାଣ ପତ୍ର ସ୍କାନ କରି ଅପଲୋଡ କରିବା ପରେ ସବମିଟ୍ ବଟନ କ୍ଲିକ କରିବାକୁ ହେବ ।
ସମସ୍ତ ଷ୍ଟେପ ପୁରା ହେବା ପରେ ବିପିଓ ସର୍ଭିସ ପ୍ରୋଭାଇଡର ଅପସନ ବାଛନ୍ତୁ ଏବଂ ସେଠାରେ ୟେସ ବଟନ ଉପରେ କ୍ଲିକ କରିବା ପରେ ଫାଇନାଲ ସବମିଟ ହୋଇଯିବ । ଏହାପରେ ଆପଣଙ୍କ ମୋବାଇ ନମ୍ବରରେ ଏକ ଅପଡେଟ ରିକ୍ୟୁଷ୍ଟ ଆସିବ । ଆପଣ ଆପଣଙ୍କ ନିକଟରେ ଆକ୍ନୋଲେଜମେଣ୍ଟ କପି ଡାଉନଲୋଡ କରି ପ୍ରିଣ୍ଟ ବାହାର କରି ରି ପାରିବେ ।