ୟୁପି(ଏଟିଆର ବ୍ୟୁରୋ): ୟୁପିର ଫସି ରହିଛନ୍ତି ୨ ଜଣ ଆତଙ୍କବାଦୀ । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ଖବର ପ୍ରକାଶ ପାଇବା ପରେ ଏବେ ଉତ୍ତର ପ୍ରଦେଶରେ ହାଇ ଆର୍ଲଟ ଜାରି ହୋଇଛି । ତେବେ ଫସିଥିବା ଏହି ୨ ଆତଙ୍କବାଦୀ ନେପାଳ ଓ ଭାରତକୁ ଲାଗିଥିବା କୌଣସି ଜିଲ୍ଲାକୁ ଚାଲିଯାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଦୁଇ ଆତଙ୍କବାଦୀଙ୍କ ନାମ ମୋଇନଦ୍ଧିନ ଓ ଅବଦୁଲ ସମେଦ ବୋଲି ଜଣା ପଡିଛି ।
ପୋଲିସ ଏହି ୨ ଜଣଙ୍କ ସ୍କେଚ ମଧ୍ୟ ଜାରି କରିଛି । ଏମାନେ କୌଣସି ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଉତ୍ତରପ୍ରଦେଶ ଭିତରକୁ ପସି ଆସିଥିଲେ । ସେମାନେ ଗୋରଖପୁର ଓ ସିଦ୍ଧାର୍ଥ ନଗରରେ କୌଣସି ସ୍ଥାନରେ ଲୁଚି ରହିଥିବା ଜଣାପଡିଛି । ଏହି ୨ ଆତଙ୍କବାଦୀ ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଆଇଏସ ର ବୋଲି ଜଣାପଡିଛି । ୨ ଆତଙ୍କବାଦୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।