ବେଙ୍ଗାଲୁରୁ(ଏଟିଆର ବ୍ୟୁରୋ): ପ୍ରେମିକ ସହ ପ୍ରେମିକାର ନାରକୀୟ କାଣ୍ଡ । ସହିପାରିଲା ନାହିଁ ପ୍ରେମିକର ବାହାଘର । କାଟିଦେଲା ଯୌନାଙ୍ଗ । ଏମିତି ଏକ ଛାତିଥରା ହୃଦୟ ବିଦାରକ ଘଟଣା ଘଟିଥିଲା କର୍ଣ୍ଣାଟକର ବେଙ୍ଗାଲୁରୁରେ ।
ପ୍ରେମ କରୁଥିବା ଦୁଇ ଯୁବକ ଯୁବତୀଙ୍କ ମଧ୍ୟରେ ସାଧାରଣ ମତାନ୍ତରକୁ ନେଇ ଦୁହେଁ ଅଲଗା ହୋଇଯାଇଥିଲେ । ପରେ ପ୍ରେମିକ ଜଣଙ୍କ ଅନ୍ୟତ୍ର ବିବାହ କରିବାକୁ ନିସ୍ପତି ନେଇଥିଲେ ହେଲେ ଏହାକୁ ବରଦାସ୍ତ କରିପାରିନଥିଲେ ପ୍ରେମିକା ଜଣଙ୍କ । ପେଶାରେ ପ୍ରେମିକା ଜଣେ ଦାନ୍ତ ଡାକ୍ତରାଣୀ ଥିଲେ ।
ରାଗିଯାଇ ପ୍ରେମିକା ତାଙ୍କ ପ୍ରେମିକଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ସ୍ଥିର କରିଥିଲେ । ସୁଯୋଗ ଦେଖି ପ୍ରେମିକା ଜଣଙ୍କ ତାଙ୍କ ପ୍ରେମିକଙ୍କୁ ଦେଖା କରିବା ବାହାନାରେ ନିଜ କ୍ଲିନିକ୍କୁ ଡାକିଥିଲେ । ଏହାପରେ ପ୍ରେମିକ ଜଣଙ୍କ ସେଠାରେ ପହଞ୍ଚିବା ପରେ ପ୍ରେମିକା ତାଙ୍କୁ ନିଶାଯୁକ୍ତ ଜୁସ୍ ପିଇବା ପାଇଁ ଦେଇଥିଲେ । ଜୁସ୍ ପିଇବା ପରେ ଯୁବକ ଜଣଙ୍କ ବେହୋସ ହୋଇଯାଇଥିଲେ । ଏହାପରେ ମଉକା ଦେଖି ଡାକ୍ତର ପ୍ରେମିକା ଜଣଙ୍କ ତାଙ୍କ ପ୍ରେମିକର ଯୌନାଙ୍ଗକୁ କାଟିଦେଇଥିଲେ ।
ଏହାପରେ ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ତାଙ୍କ ପରିବାର ପକ୍ଷରୁ ଯୁବତୀଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯାଇଥିଲା ।
ଘଟଣାଟି ୨୦୦୮ରେ ଘଟିଥିଲା କିନ୍ତୁ ୧୧ ବର୍ଷ ପରେ ଗତକାଲି କୋର୍ଟ ମାମଲାର ଶୁଣାଣି କରିଥିଲେ । ଅଭିଯୁକ୍ତ ପ୍ରେମିକାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହିତ ୨ଲକ୍ଷ ଟଙ୍କାର ଜୋରିମାନା ଦଣ୍ଡ ଶୁଣାଇଛନ୍ତି କୋର୍ଟ ।