ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁରୁଷଙ୍କ ଠାରୁ ସବୁବେଳେ ଆଗକୁ ଯିବା ପାଇଁ ମହିଳା ମାନେ ଚେଷ୍ଟା କରିଥାନ୍ତି । ସେଥିପାଇଁ ସବୁ ସେକ୍ଟରରେ ମହିଳାଙ୍କୁ ଦେଖିବାକୁ ମିଳେ ଏବଂ ସେମାନେ ପୁରୁଷଙ୍କୁ ପଛରେ ପକାଇ ଆଗକୁ ବଢିଥାନ୍ତି । ଆଜି ପୁଣି ଆଉ ଏକ କ୍ଷେତ୍ରରେ ମହିଳା ଆଗରେ ଥିବା ଜଣାପଡିଛି । ଆଜ୍ଞା ହଁ ଧୂମ୍ରପାନ କରିବା ମାମଲାରେ ଏବେ ପୁରୁଷଙ୍କଠାରୁ ଆଗରେ ଅଛନ୍ତି ମହିଳା । ଏନେଇ ୱାଲ୍ଡ ହେଲଥ ଅର୍ଗାନାଇଜେସନ(ଡବ୍ଲ୍ୟୁଏଚଓ) ତାର ରିପୋର୍ଟରେ ଖୁଲାସା କରିଛି । ରିପୋର୍ଟ ମୁତାବକ, ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଧୂମ୍ରପାନ କରୁଛନ୍ତି ।
ଡବ୍ଲ୍ୟୁଏଚଓ ର ମହାନିର୍ଦ୍ଦେଶକ କହିଛନ୍ତି କି, ଗତ ଦଶବର୍ଷ ହେବ ଆମେ ଦେଖିଆସୁଥିଲୁ ଧୂମ୍ରପାନ ମାମଲାରେ ପୁରୁଷଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । କିନ୍ତୁ ଏହା ପ୍ରଥମ ଥର ବିଭିନ୍ନ ଦେଶରୁ ଏକତ୍ର କରାଯାଇଥିବା ରିପୋର୍ଟ ଜଣାପଡିଛି କି ପୁରୁଷଙ୍କଠାରୁ ମହିଳାମାନେ ଅଧିକ ମାତ୍ରାରେ ଧୂମ୍ରପାନ କରୁଛନ୍ତି ।
ଭାରତରେ ବି ଗ୍ଲୋବାଲ ଆଡଲ୍ଟ ଟୋବାକୋ ସର୍ଭେ ରେ ଲଗାତର କୁହାଯାଇଛି କି ଟୋବାକୋ ଏବଂ ଧୂମ୍ରପାନ ମାମଲାରେ ମହିଳାମାନେ ପୁରୁଷଙ୍କ ପାଖାପାଖି ଅଛନ୍ତି । ସେହିପରି ବିଡି ସେବନ ମାମଲାରେ ମହିଳାମାନେ ପୁରୁଷଙ୍କଠାରୁ ଆଗରେ ରହିଛନ୍ତି ।
ଗବେଷଣାରୁ ସ୍ପଷ୍ଟ ହୋଇଛି କି ଧୂମ୍ରପାନ ଏବଂ ଟୋବାକୋ ବ୍ୟବହାର ଦ୍ୱାରା କର୍କଟ ଭଳି ମାରାତ୍ମକ ରୋଗ ହୋଇଥାଏ ।