କଟକ, (ଏଟିଆର ବ୍ୟୁରୋ): ଆଜି କଟକ ବଡମେଡିକାଲରେ ଚିହ୍ନଟ ହୋଇଛନ୍ତି ୩ ଜଣ ଡେଙ୍ଗୁ ରୋଗୀ। ଏସିବିରେ ୩୯ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୮ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ କଟକର ୩ଜଣ ଥିବା ବେଳେ ଖୋର୍ଦ୍ଧାର ୨, ବାଲେଶ୍ୱର, ଯାଜପୁର ଓ ରାୟଗଡାରୁ ଜଣେ ଲେଖାଏଁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। କଟକର ମହାନଦୀବିହାର ଓ ବିଭିନ୍ନ ସ୍ଥାନରୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି।
ପ୍ରତିବର୍ଷ ଡେଙ୍ଗୁ ରୋଗର ଶିକାର ହେଉଛନ୍ତି ହଜାର ହଜାର ଲୋକ । ତେବେ ଚଳିତବର୍ଷ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ୧୯୬୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୪୩ଟି ନମୁନାରେ ଡେଙ୍ଗୁ ପଜିଟିଭ୍ ବାହାରିଛି। ଅନ୍ୟପଟେ ଏବେ ସୁଦ୍ଧା ୮୯ଜଣ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ୬୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ କେନ୍ଦୁଝର ଓ ପୁରୀର ଦୁଇ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଆଜି ସୁଦ୍ଧା ଏସ୍ସିବିରେ ୧୯ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ବେଳେ ସେଥିରୁ ଜଣେ ଆଇସିୟୁରେ ଅଛନ୍ତି।