ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ବିଦା ହେବେ ରୋହିଙ୍ଗ୍ୟା । ସୁପ୍ରିମକୋର୍ଟର ନିର୍ଣ୍ଣୟ ଅନୁଯାଇ ଭାରତରେ ବେଆଇନ ଭାବେ ରହୁଥିବା ରୋହିଙ୍ଗ୍ୟା ମୁସଲମାନ ମାନଙ୍କୁ ମିଆଁମାର ବିଦା କରାଯିବ । ପୂର୍ବରୁ ବେଆଇନ ଭାବେ ଭାରତରେ ରହୁଥିବା ରୋହିଙ୍ଗ୍ୟା ମୁସଲମାନ ମାନଙ୍କୁ ଭାରତରୁ ବିତାଡିତ କରିବା ଲାଗି କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିଲେ । କିନ୍ତୁ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଏହାକୁ ବିରୋଧ କରି ଏ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ।
ତେବେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ , ଜଷ୍ଟିସ କେଏମ ଯୋଜେଫ ଓ ଜଷ୍ଟିସ ଏସକେ କୌଲଙ୍କ ଅଧକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ତେବେ ଆବେଦନ ଖାରଜ ହେବା ଯୋଗୁ ଏଣିକି ରୋହିଙ୍ଗ୍ୟା ମାନେ ଭାରତରୁ ବିଦା ହେବା ସ୍ପଷ୍ଟ ହୋଇଯାଇଛି । ୭ ଜଣ ରୋହିଙ୍ଗ୍ୟା ମୁସଲମାନ ଭାରତରେ ବେଆଇନ ଭାବେ ରହୁଥିବା ଜଣାପଡିଛି । ସେମାନେ ମଣିପୁରର ମେହେରା ଠାରେ ରହୁଥିବା ସୂଚନା ମିଳିଛି ।
ତେବେ ଖଣ୍ଡପୀଠ କହିଛନ୍ତି , ସେମାନଙ୍କୁ ମିଆଁମାର ପଠାଇବାକୁ ଭାରତ ଚାହୁଁଥିବା ବେଳେ ମିଆଁମାର ସରକାର ସେ ସମସ୍ତ ରୋହିଙ୍ଗ୍ୟା ମାନଙ୍କ ନାଗରିକତ୍ୱ ସ୍ୱିକାର କରିସାରିଛନ୍ତି । ଏଥିରେ ଖଣ୍ଡପୀଠ କୌଣସି ହସ୍ତକ୍ଷେପ କରିବା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ଭାରତରୁ ଅତିଶିଘ୍ର ରୋହିଙ୍ଗ୍ୟା ମୁସଲମାନ ବିତାଡିତ ହେବେ ବୋଲି ଜଣାପଡିଛି ।