ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ଅଭିଜିତ ଆୟର ମିତ୍ରଙ୍କ ମନ୍ତବ୍ୟକୁ ନେଇ ବଢୁଛି ବିବାଦ । ଓଡିଶାର ଐତିହ୍ୟ ଓ ସଂସ୍କୃତି ଉପରେ ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ଶାସକ ଦଳ ଠାରୁ ଆରମ୍ଭ କରି ବିରୋଧୀ ମଧ୍ୟ ଏପରି ମନ୍ତବ୍ୟର ଘେର ନିନ୍ଦା କରିଛନ୍ତି । ଆଭିଜିତ ଆୟର ମିତ୍ରଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ଦାବି କରିଛି ଶାସକ ବିଜେଡି ।
ଅନ୍ୟପଟେ ବିରୋଧୀ ଦଳ ମଧ୍ୟ ଏପରି ବିଦାବୀୟ ମନ୍ତବ୍ୟକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଓଡିଶାର ସଂସ୍କୃତି , ଐତିହ୍ୟ , ଭାସ୍କର୍ଯ୍ୟ ଏପରିକି ମହାପ୍ରଭୂ ଜଗନ୍ନାଥ ଙ୍କ ସମ୍ପର୍କରେ ବେପାରୁଆ ବିବାଦୀୟ ମନ୍ତବ୍ୟକୁ ନେଇ ଟ୍ୱିଟ କରିଥିଲେ ଅଭିଜିତ । ଯାହାକୁ ନେଇ ସାଧାରଣରେ ଏବେ ଅସନ୍ତୋଷ ଦେଖାଦେଇଛି ।
ସେପଟେ ଏଭଳି ମନ୍ତବ୍ୟ ଉପରେ ଟ୍ୱିଟ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ଅଭିଜିତଙ୍କ ବନ୍ଧୁ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଅଭିଜିତଙ୍କ ମନ୍ତବ୍ୟ ଅପରିପକ୍ୱ ବୋଲି ବୈଜୟନ୍ତ ଟ୍ୱିଟ କରି ଜଣାଇଛନ୍ତି । ଅଭିଜିତ ବୋଧହୁଏ ଏଭଳି ଭିଡିଓ କରି ବ୍ୟଙ୍ଗ କରିବାକୁ ଚେଷ୍ଟା କରୁଥିଲେ ଯାହାକୁ ନେଇ କିଛି ଲୋକ ଏହାକୁ ଭୁଲ ବ୍ୟାଖ୍ୟା କରୁଛନ୍ତି । ତେବେ ଧର୍ମ ଓ ସଂସ୍କୃତି ଏକ ସମ୍ଭେଦନଶୀଳ ପ୍ରସଙ୍ଗ ହୋଇଥିବାରୁ ଏ ସବୁ କ୍ଷେତ୍ରରେ ବ୍ୟଙ୍ଗ କରିବା ବିଲକୁଲ ଠିକ ନୁହେଁ ବୋଲି ବୈଜୟନ୍ତ ଟ୍ୱିଟ କରି କହିଛନ୍ତି । ସୂଚନାଯୋଗ୍ୟ , ଅଭିଜିତ ଆୟର ମିତ୍ର କୋଣାର୍କ ମନ୍ଦିରର ଐତିହ୍ୟ ,କଳା ,ଭାସ୍କର୍ଯ୍ୟ କୁ ନେଇ ଏକ ପ୍ରକାର ମଜାକ ଉଡାଇଥିଲେ । । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଯାଇଥିଲା ।