ଭୁବନେଶ୍ୱର(ଏଟିଆର ବ୍ୟୁର):ପ୍ରତ୍ୟେକ ଘରେ ଝିଅଟିଏ ଥିଲେ ପିତା-ମାତାଙ୍କର ସ୍ୱପ୍ନ ଥାଏ ଯେ ଝିଅଟିକୁ ଭଲ ପରିବାରରେ ବିବାହ ଦେବେ । ପୁଅଟିର ଭଲ ରୋଜଗାର ଥିବ ଏବଂ ଶାନ୍ତ,ସରଳ ସ୍ୱଭାବର ହୋଇଥିବ । ମାତ୍ର ମହିଳାମାନେ ତାଙ୍କର ସାତ ଜନ୍ମର ସାଥୀ ପାଇଁ ଏକ ଭଲ ବନ୍ଧୁଟିଏ ଖୋଜିଥାନ୍ତି । କାରଣ ବିବାହ ବନ୍ଧନ ଏଭଳି ଏକ ସଂପର୍କ ଯାହା ସଂପୂର୍ଣ୍ଣ ଜୀବନକୁ ବଦଳାଇ ଦେଇଥାଏ । ସେଥିପାଇଁ ଭାବି ଚିନ୍ତି ନିଷ୍ପତି ନେବା ଉଚିତ୍ ।
ଯଦି ଆପଣ ବିବହା କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ପୁଅଟି ବିଷୟରେ ସଂପୂର୍ଣ୍ଣ ଜାଣି ରଖନ୍ତୁ । ଏତଦ୍ ଦ୍ୱାରା ବିବହା ପରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ତେବେ ଆସନ୍ତୁ ଜାଣିବା ମହିଳାମାନେ ପୁରୁଷ ମାନଙ୍କର କେଉଁ ଗୁଣ ଜାଣିବା ଉଚିତ୍ ।
– ପ୍ରଥମେ ପୁଅଟି ରୋଜଗାର କ’ଣ କରୁଛି । ଆଗାମୀ ୫ବର୍ଷ ମଧ୍ୟରେ ତାଙ୍କର ଲକ୍ଷ କ’ଣ । ଏହାବ୍ୟତୀତ ପୁଅଟିର ଧର୍ଯ୍ୟଶକ୍ତି କେତେ ଅଛି ।
– ପୁଅଟିର ପସନ୍ଦ ଏବଂ ନାପସନ୍ଦ । ତାର ପରିବାରରେ କିଏ କିଏ ଅଛନ୍ତି ଏବଂ କଣ କରନ୍ତି ।
– ପୁଅଟିର କୌଣସି ଖରାପ ଅଭ୍ୟାସ ଅଛି କି ନାହିଁ ।
– ବିବାହ ପରେ ଫ୍ୟାମିଲ ପ୍ଲାନିଙ୍ଗର ପୁଅଟିର ଇଚ୍ଛା କଣ ।
– ପୁଅଙ୍କ ଭିତରେ ଥିବା କେଉଁ ଗୁଣଟିକୁ ବାହାରକୁ ଆଣିଲେ ଭଲ ପାଇବା ଦ୍ୱିଗୁଣିତ ହୋଇଯିବ ।