ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କାହାର ମୁଣ୍ଡରେ ଆଘାତ ଲାଗିଛି ତ କାହାର ଗୋଡରେ । ପାଖାପାଖି ୧୫ରୁ ଅଧିକ ତୀର୍ଥଯାତ୍ରୀ ଦୁର୍ଘଟଣାର ଶୀକାର ହୋଇଛନ୍ତି । ଏମିତି ଦୁଃଖଦାୟକ ଘଟଣା ଘଟିଛି ଶନିବାର ଝାରଖଣ୍ଡ ଟାଟା ସହର ନିକଟରେ । ଗୁରୁତର ଆହତ ଯାତ୍ରୀମାନଙ୍କୁ ଟାଟା ହସ୍ପିଟାଲରେ ଭର୍ତି କରାଯାଇଛି ।
ଓଡିଶାରୁ ଯାଇଥିବା ଶ୍ରୀରାମ ବେଂଚ ନାମକ ବସଟି ରାସ୍ତା କଡ଼ରେ ଅଟକି ରହିଥିବା ବେଳେ ପଛପଟୁ ଏକ ଟ୍ରକ ଆସି ପିଟିଥିଲା । ଫଳରେ ବସଟି ପୋଲ ତଳକୁ ଖସିପଡିଥିଲା । ବସରେ ମୋଟ ୫୦ଜଣ ଯାତ୍ରୀ ଆଜମେର ତୀର୍ଥଯାତ୍ରା ଯାଇଥିଲେ । ବସରେ ଅଧିକାଶଂ ବିରିଷ୍ଠ ନାଗରୀକ ଥିବା ସୂଚନା ମିଳିଛି । କଟକ, କେନ୍ଦ୍ରାପଡ଼ା ଓ ସୋର ଅଞ୍ଚଳର ଲୋକେ ତୀର୍ଥଯାତ୍ରାରେ ଯାଇଥିବା ଜଣାପଡିଛି ।