ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଯାହା ଆଶା କରାଯାଉଥିଲା ଠିକ ସେଇଆ ହେଲା । ଗାଦି ଲାଗି ଖେଳିଥିବା ଚକ୍ରାନ୍ତରେ ଶେଷରେ ସଫଳ ହେଲେ । ଏ କଥା ଆମେ ନୁହେଁ ବରଂ ଲୋକେ କୁହାକୁହି ହେଉଛନ୍ତି । ଯେଉଁ ଥାନାରେ ଆଇଆଇସି ଥିଲେ ସେହି ସ୍ଥାନରେ ପୁଣି ଏସିପି ରହିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଲୋକେ । ତେବେ ଚକ୍ରାନ୍ତ ଏବେକାର ନଥିଲା, ଢ଼େରଦିନର ।
ପୂର୍ବରୁ ଥିବା ଏସିପିଙ୍କୁ ହଟାଇବା ଲାଗି ପୂରାପୂରି ପ୍ଲାନିଂ ହୋଇଥିଲା । ମୋହରା ବନାଯାଇଥିଲା କେତେକ ତଳିଆ କର୍ମଚାରୀଙ୍କୁ । ଖାସ ଏଥିପାଇଁ ତ’ ଧସ୍ତାଧସ୍ତି ଭଳି ଘଟଣା ଘଟି ମାମଲା ବରିଷ୍ଠ ଅଧିକାରୀଙ୍କ ପାଖରେ ପହଁଚିଥିଲା । ଯାହାର ପୂରା ଫାଇଦା ଉଠାଇଥିଲେ ଆଇଆଇସି । ନିଜେ ଏସିପି ଗାଦି ମାଡି ବସିବେ ବୋଲି ବରିଷ୍ଠ ଅଧିକାରୀଙ୍କ କାନରେ ଏଣୁତେଣୁ ଫୋଡିଥିବା ଏବେ ଆଲୋଚନା ଜୋର ଧରିଛି ।
ସେପଟେ ଜଣେ ଅଭିଜ୍ଞ ଓ ସଚ୍ଚୋଟ ଅଫିସର ଅଯଥାରେ ବଳି ପଡିବା ଘଟଣାକୁ ନେଇ ମଧ୍ୟ କିଛି କମ କଥା ଶୁଣିବାକୁ ମିଳୁନି । ତେବେ ସେ ଯାହାହେଉ ଗାଦି ଲାଗି ଏଭଳି ଚକ୍ରାନ୍ତ କରିବା ଘଟଣା ପ୍ରଥମ ଥର ଦେଖିବାକୁ ମିଳିଛି କମିଶନରେଟ ପୁଲିସରେ ।