କଟକ,(ଏଟିଆର ବ୍ୟୁରୋ): ଅଭିନେତ୍ରୀ ବିପାସା ବସୁ କଟକ ଆସୁଛନ୍ତି । ଏକ ଇନଗାରୁସେନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ସେ କଟକ ଆସୁଥିବା ସୂଚନା ମିଳିଛି । ଦିନ ୩ଟାରେ ସେ କଟକରେ ଥିବା ଦୁର୍ଗା ସିନେପ୍ଲେକକ୍ସରେ ପହଞ୍ଚିବାର ଯୋଜନା ରହିଛି ।
ଏହି ସୂଚନା ଏକ ବିଜ୍ଞାପନରୁ ମିଳିଛି । ତେବେ ଏଠାରେ ସୂଚାଇ ଦିଆଯାଇପାରେ, ଦେହ ଖରାପ ହେବା ପରେ ବିପାସା ପ୍ରଥମ ଥର ହସପିଟାଲରୁ ବାହାରି କଟକ ଆସୁଛନ୍ତି । କିଛିଦିନ ତଳେ ତାଙ୍କ ଶ୍ୱାସନଳୀରେ ସମସ୍ୟା ଯୋଗୁ ସେ ଅସୁସ୍ଥ ଥିଲେ । ତେଣୁ ଚିକିତ୍ସା ଲାଗି ସେ ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସିତ ହୋଇଥିଲେ । ତେବେ ସେ ଯାହାହେଉ ଏବେ ସୁସ୍ଥ ହେବା ପରେ ସେ କଟକ ଆସୁଥିବା ଖବର ପାଇ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।