କଟକ,(ଏଟିଆର ବ୍ୟୁରୋ): ପୁଣି ଏନାକାଉଣ୍ଟର । କୁଖ୍ୟାତ ଅପରାଧୀ ବସିର ଖାନ ଓରଫ ଯୁଗ ଗୁରୁତର ଭାବେ ଆହତ । ତା’ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଥିବା ତାକୁ ଚିକିତ୍ସା ଲାଗି କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ୨୪ଘଣ୍ଟା ଭିତରେ କଟକ ପୁଲିସର ଦୁଇ ଦୁଇଟି ଏନକାଉଣ୍ଟ ଏବେ ଅପରାଧୀଙ୍କ ମନରେ ଛନକା ପଶାଇ ଦେଇଛି ।
ଗତ ୧୯ ତାରିଖ ପୁଲିସ ଭ୍ୟାନ ଉପରକୁ ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିଲା ଯୁଗ । ଯୁଗ ପାଖରୁ ପୁଲିସ ୩ଟି ବୋମା ଓ ମୋବାଇଲ ଫୋନ ଜବତ କରିଛି । ମୋବାଇଲ ଫୋନ ଆଧାରରେ ଯୁଗ କେଉଁମାନଙ୍କ ସହ ଜଡିତ ରହୁଥିଲା ତା’ର ଠିକଣା ଖୋଜୁଛି ପୁଲିସ । ଖୁବ ଶୀଘ୍ର ସେମାନଙ୍କ ଚେକ ଦିଆଯିବ ବୋଲି ପୁଲିସ ଅଣ୍ଟା ଭିଡୁଥିବା ସୂଚନା ମିଳିଛି ।
ଗତକାଲି ରାତିରେ ଯୁଗକୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ମିଳିତ ଭାବେ ଚଢ଼ାଉ କରିଥିଲେ। ହେଲେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୋଲିସ ମଧ୍ୟ ତା’ ଉପରକୁ ଗୁଳି ଚଳାଇଥିଲା। ସେ ଆହତ ହୋଇଥିଲା। କୁରୁଣ୍ଟି ଠିକାଦାର ଓ ପୋଲିସ ଗାଡ଼ି ଉପରକୁ ଆକ୍ରମଣରେ ସଂପୃକ୍ତ ଥିଲା ଯୁଗ । ଗତକାଲି ଯୁଗର ସହଯୋଗୀ କାବୁଆ ପୋଲିସ୍ ଏନକାଉଣ୍ଟରରେ ଆହତ ହୋଇଥିଲା। କାବୁଆର ବାମ ଗୋଡ଼ରେ ଗୁଳି ବାଜିଥିଲା। ତାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁରୁଣ୍ଟି ଗାଁରେ ପୋଲିକୁ ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିଲା କାବୁଆ। କାବୁଆଠାରୁ ଗୋଟିଏ ବନ୍ଧୁକ, ୨ ଗୁଳି, ଗୋଟିଏ ଖୋକା ଜବତ କରାଯାଇଥିଲା। କାବୁଆ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି।