ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବେଡ ଉପରେ ଜବରଦସ୍ତ ରୋମାନ୍ସ । କେହି କାହାଠୁ କିଛି କମ ନୁହଁ । ଜଣେ ଧ’ କହିଲେ ଆଉ ଜଣେ ମାଡି ବସୁଛି । ସିଧା କହିବାକୁ ଗଲେ ପୁଣି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡ଼ିଓରେ ଥିବା ଯୁବତୀ ଜଣଙ୍କ ୟୁନିଟ ୮ଅଞ୍ଚଳର ବୋଲି ଜଣାପଡିଛି । ସବୁଠୁ ବଡ଼ କଥା ହେଉଛି ଏଥରକ ଘଟଣା କିନ୍ତୁ ଟିକେ ଅଲଗା ମୋଡ ନେଇଛି । ବିବାହିତ ବ୍ୟକ୍ତି ଅଥବା କୌଣସି ଭଲ ସାଙ୍ଗ ସହ ଯୁବତୀ ଜଣଙ୍କ ଏପରି କରିଛନ୍ତି । କାରଣ ଯୁବତୀ ବି’ ନିଜ ମୁହଁରେ କହୁଛନ୍ତି ଭିଡ଼ିଓ କରୁଥାଅ ସ୍ତ୍ରୀକୁ ଦେଖାଇବ । ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନଥିଲା ।
ତେବେ କେମିତି ଓ କେଉଁ ପରିସ୍ଥିତିରେ ଏହି ଭିଡିଓ ଭାଇରାଲ ହୋଇଛି ତାହା ଏଯାବତ ଜଣାପଡିନାହିଁ । ସେପଟେ ଅଭିଯୋଗକୁ ଅପେକ୍ଷା କରି ରହିଛି ପୁଲିସ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ରିପୋର୍ଟ କହୁଛି ଭାଇରାଲ ହୋଇଥିବା ଯୁବତୀ ଜଣକ ଏକ ପ୍ରତିଷ୍ଠିତ କଲେଜର ଛାତ୍ରୀ । ସେପଟେ ଭିଡିଓରେ ଏକାକୀ ଯୁବତୀଙ୍କ ଫଟୋ ରହିବା ପ୍ରମାଣ କରୁଛି ଏଠି ଅତି ସିକଚାଲିଆ ହୋଇଛନ୍ତି ଯୁବକ । ମୂଳରୁ ଅଗ ଯାଏଁ ସବୁ ରେକର୍ଡ କରିଥିବା ବେଳେ ନିଜ ମୁହଁ କିନ୍ତୁ ଲୁଚାଇ ରଖିଛନ୍ତି । ଏପରିସ୍ଥଳେ ଏହି ଭିଡ଼ିଓ ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି । ଭିଡ଼ିଓ କଲା ବେଳେ କି’ ମଜା ଏବେ ଭୋଗ ସଜା ବୋଲି ଲୋକେ କହୁଛନ୍ତି ।
ତେବେ ଆମେ ତ’ ଏତିକି କହିବାକୁ ଏହି ଭାଇରାଲ ଭିଡ଼ିଓକୁ ରୋକିବା ଲାଗି ପୁଲିସ ଯେଉଁ ସବୁ ପଦକ୍ଷେପ ନେଇଥିଲା ତାହା ବୋଧେ ଏକ ପ୍ରକାର ଫେଲ ମାରିଛି । ଆଦୌ ଚେତୁ ନାହାନ୍ତି ଯୁବଗୋଷ୍ଠୀ । ସେପଟେ ଅଭିଭାବକଙ୍କ ଢ଼ିଲା ପଣ ପାଇଁ ଏଭଳି ଘଟଣା ଅଧିକ ଘଟୁଥିବା ବୁଦ୍ଧିଜୀବୀ ମତ ରଖିଛନ୍ତି ।