ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; କ୍ରିକେଟରୁ ବିଦାୟ ନେବେ କୁକ । ଇଂଲଣ୍ଡ କ୍ରିକେଟ ଦଳର ପୁର୍ବତନ ଅଧିନାୟକ ତଥା ଜଣେ ସଫଳ ଓପନର ବ୍ୟାଟ୍ସମ୍ୟାନ ଆଲିଷ୍ଟର କୁକ ଆର୍ନ୍ତଜାତୀୟ କ୍ରିକେଟ ଜଗତରୁ ଦୁରେଇ ଯିବାକୁ ମନ କରିଛନ୍ତି । ସେ କ୍ରିକେଟରୁ ସନ୍ୟାସ ନେବେ ବୋଲି ସ୍ଥିର କରିଛନ୍ତି । ତେବେ ଆଗକୁ ଆସୁଥିବା ଭାରତ ବିପକ୍ଷ ପଞ୍ଚମ ତଥା ସିରିଜର ଅନ୍ତିମ ଟେଷ୍ଟ ଖେଳି ସେ କ୍ରିକେଟକୁ ଅଲବିଦା କହିବେ ।
କୁକ ଇଂଲଣ୍ଡର ଜଣେ ବାମହାତୀ ଓପନର ଭାବେ ବେଶ ଜଣାଶୁଣା । ତାଙ୍କ କ୍ୟାରିଅରରେ ସେ ଇଂଲଣ୍ଡ ପାଇଁ ସର୍ବାଧିକ ୧୬୦ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଏହାସହ ନିଜ କ୍ୟାରିଅରରେ ମୋଟ ୧୨,୨୫୪ ରନ କରିଛନ୍ତି ।
ଚଳିତ ସିଜିନରେ ଭାରତ ବିପକ୍ଷରେ କୁକଙ୍କ ଭଲ ପ୍ରଦର୍ଶନ କରିନଥିବା ଦେଖିବାକୁ ମିଳିଥିଲା । ତାଙ୍କ ବ୍ୟାଟିଂରେ ସେତେଟା ଉନ୍ନତି ଦେଖାଯାଇନଥିଲା । ତାଙ୍କ ପ୍ରଦର୍ଶନ ଉପରେ ବେଶ ପ୍ରଶ୍ନ ମଧ୍ୟ ଉଠିଥିଲା । ତେବେ କୁକ କିଛି ମାସ ହେବ ନିଜ ପ୍ରଦର୍ଶନ ଉପରେ ସନ୍ତୁଷ୍ଟ ନ ଥିଲେ ଯାହାକୁ ନେଇ ସେ ବହୁ ଚିନ୍ତାରେ ରହିଥିଲେ । ସେପଟେ ଭାରତ ବିପକ୍ଷ ଟେଷ୍ଟ ସିରିଜ ଇଂଲଣ୍ଡ ଜିତିନେଇଥିବା ବେଳେ ଏହି ସମୟ ହିଁ ଅବସର ନେବା ପାଇଁ ପ୍ରକୁଷ୍ଠ ସମୟ ବୋଲି କୁକ କହିଛନ୍ତି । ଏହାସହ ଦୀର୍ଘଦିନ ହେବ ଇଂଲଣ୍ଡ ଦଳ ସହ ସେ ଜଡୀତ ହୋଇରହିଥିବାରୁ ସେ ଗର୍ବିତ ବୋଲି କୁକ କହିଛନ୍ତି । ତେବେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ନେବା ପରେ ମଧ୍ୟ କୁକ୍ କାଉଣ୍ଟିଂ କ୍ରିକେଟ ଖେଳିବା ଜାରି ରଖିବେ ବୋଲି ଜଣା ପଡିଛି ।