ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ସେ ଏମିତି ଏକ ଅଫିସର ଥିଲେ ଯାହାଙ୍କ ନାଁ ଶୁଣୁଥିଲେ ଅପରାଧୀଙ୍କ ହୋସ ଉଡିଯାଉଥିଲା । ଖୁବ କମ ଦିନରେ ସେ ହାସଲ କରିଥିଲେ ଅନେକ ସଫଳତା । ହାଇପ୍ରୋଫାଇଲ ମର୍ଡର ହେଉ ଅବା କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଠାବ କରିବା । କୌଣସି ଗୋଟିଏ ଘଟଣାରେ ବି ପଛଘୁଁଚା ଦେଇନଥିଲେ ସେ । ଜୀବନକକୁ ବାଜି ଲଗାଇ ବିଚ ରାସ୍ତାରେ ଏନକାଉଁଟର କରି ପୂରା ପୁଲିସ ଡିପାର୍ଟମେଁଟରେ ସେ ହିରୋ ସାଜିଥିଲେ । ପୁଲିସ ଅଫିସର କମ ବରଂ ଏନକାଉଁଟର ସ୍ପେଶାଲିଷ୍ଟ ଭାବେ ସେ ବେଶ ଜଣାଶୁଣା ଥିଲେ । ତେବେ ଅଚାନକ ଏମିତି କ’ଣ ହେଲା? କ’ଣ ପାଇଁ ଅପରାଧୀଙ୍କ ଦମ୍ଭ ଭାଙ୍ଗୁଥିବା ଖୋଦ ଏହି ଅଫିସରଙ୍କ ନିଜ ମନବଳ ଭାଙ୍ଗିଗଲା? କାହିିଁକି ଭିଆରଏସ ନେବା ପାଇଁ ସେ ଆବେଦନ କଲେ?
ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବଡବଡିଆଙ୍କ ଚାପ ଆଉ ବିଭାଗର ବୈମାତୃକ ମନୋଭାବରେ ପେଶି ହୋଇ ତାଙ୍କୁ ଏଭଳି ଚାପ ପକାଗଲା ଯେ, ସେ ବାଧ୍ୟ ଏଭଳି ନିଷ୍ପତି ନେଇଥିବା ଜଣାପଡିଛି । ତେବେ ଅଫିସରଙ୍କ ଏହି ନିଷ୍ପତି ସାଧାରଣ ଲୋକଙ୍କୁ ବେଶ ଚିନ୍ତାରେ ପକାଇଛି । ଜଣେ ଭଲ ଅଫିସରଙ୍କୁ ଏଭଳି ନିର୍ଯାତନା ଠିକ ନୁହେଁ ବୋଲି ମତପ୍ରକାଶ ପାଇବା ସହ ଉଚ୍ଚ ଅଧିକାରୀ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି । ଆମେ କହୁଛୁ ଏକଦା କମିଶନରେଟ ପୁଲିସରେ ହିରୋ ସାଜିଥିବା ଆଲୋକ ଜେନାଙ୍କ ସମ୍ପର୍କରେ ।
୧୯୯୭ ମସିହା ମାର୍ଚ୍ଚ ୫ତାରିଖରେ ପୁଲିସ ବିଭାଗରେ ପ୍ରଥମ କରି ପାଦ ଥାପିଥିବା ଆଲୋକ ଜେନା ଯେତିକି ସଚ୍ଚୋଟ ନଥିଲେ ତାଠୁ ଅଧିକ ଥିଲେ ସାହସୀ । ଅପରାଧୀଙ୍କୁ ଦମନ କରିବାକୁ ସେ ଆଦୌ ମୌକା ଛାଡୁନଥିଲେ । ୨୦୦୦ମସିହାରେ ଜେନା ମଙ୍ଗରାଜଙ୍କୁ ଟାର୍ଗେଟ କରି ଆଇନର ବାଟ ଦେଖାଇଥିବା ଏହି ଅଫିସର ସେତେବେଳେ ଖୁବ ଚର୍ଚ୍ଚାକୁ ଆସିଥିଲେ । ଆଇଟିଆଇ ଛାତ୍ର ପ୍ରୀତମ ହତ୍ୟା ମାମଲାର ପର୍ଦ୍ଦାଫାସ କରି ସେ ରାତାରାତ କମିଶନରେଟ ପୁଲିସ ପାଇଁ ହିରୋ ସାଜିଥିଲେ । ପ୍ରୀତମଙ୍କୁ ହତ୍ୟା କରି ମୋବାଇଲ ସହ ମଁଚେଶ୍ୱର ଏରିଆରେ ପୋତି ଦିଆଯାଇଥିଲା । ତଦନ୍ତ କରି କୁଖ୍ୟାତ ଅପରାଧୀ ସିରିଆଙ୍କ ସମେତ ୧୦ଜଣଙ୍କୁ ଗିରଫ କରିଥିଲେ ଆଲୋକ ଜେନା ।
ତକ୍ରାଳୀନ କମିଶନର ବିକେ ଶର୍ମା ଆଲୋକଙ୍କ ସଫଳତାକୁ ନେଇ କୁଣ୍ଢାଇ ପକାଇଥିଲେ । ସବୁଠୁ ବଡ଼ କଥା ହେଉଛି ଯେଉଁ ଡି ବର୍ଦସ ଘଟଣାକୁ ନେଇ କମିଶନରେଟ ପୁଲିସ ଆଜି ଛାତି ଫୁଲାଉଛି ତା’ର ମୂଳଦୂଆ ପକାଇଥିଲେ ମଧ୍ୟ ଆଲୋକ ଜେନା । କଟକକୁ ଯିବା ପରେ ଡି ବର୍ଦସର ନାଁରେ ଥିବା ୨୦ରୁ ଅଧିକ ୱାରେଁଟିକୁ ଘାଁଟିବା ପରେ ଗିରଫ କରିବାକୁ ଯୋଜନା କରିଥିଲେ ଆଲୋକ । ୨୦୧୦ ଡିସେମ୍ବର ୩୧ତାରିଖରେ ସୁଶାନ୍ତଙ୍କୁ ଏୟାରଫିଲ୍ଡ ଥାନା ଏରିଆରେ ଏନକାଉଁଟର କରି ଜେଲର ରାସ୍ତା ଦେଖାଇଥିଲେ । କେବଳ ସୁଶାନ୍ତ ନୁହଁନ୍ତି ରାଜ ଆଚାର୍ଯ୍ୟ ହେଉ ଅବା ଅନିଲ ଛୋଟରାୟ, ସମସ୍ତଙ୍କୁ ସାବାଡ କରି ସାଧାରଣ ଲୋକଙ୍କୁ ବିଶ୍ୱାସ ଜିତିଥିଲେ ଆଲୋକ ଜେନା । ଏଥିପାଇଁ ତାଙ୍କୁ ବହୁବାର ଧମକ ମଧ୍ୟ ମିଳିଛି । କିନ୍ତୁ ସେ ଧମକକୁ ଖାତିର ନକରି ନିଜ ଡ୍ୟୁଟି କରିଛନ୍ତି ।
ବ୍ରହ୍ମପୁରରେ ମଧ୍ୟ ସେ ରମେଶ ଜେନାଙ୍କ ଗ୍ୟାଙ୍ଗ ସମେତ ପୂର୍ବତନ ମେୟର ପିଁଟୁ ଦାସ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ଏବେ ସହରରେ ଶାନ୍ତି ବଜାୟ ରଖିଛନ୍ତି । କଲେଜ ଯୁବତୀଙ୍କୁ ଗୁଳିମାଡ ଘଟଣାର ତଦନ୍ତ କରି ମଧ୍ୟ ମୁଖ୍ୟ ଅଭିଯୁକ୍ତ କ୍ଷିରୋଦ ମଲ୍ଲିକକୁ ଗିରଫ କରିବାରେ ଆଲୋକ ଜେନାଙ୍କ ଥିଲା ଆଉ ଏକ ବଡ଼ ସଫଳତା । ତେବେ ଯେଉଁସବୁ ଅପରେସନ ଆଲୋକ ଜେନା କରିଛନ୍ତି ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସେ ଆଇନକାନୁନ ସୀମା ଭିତରେ ରହି ଅପରାଧୀଙ୍କୁ ସାବାଡ କରିଛନ୍ତି । ଯଦିବା ବେଳେ ବେଳେ ଅଜାଣତରେ ସୀମା ବାହାରକୁ ଯାଇଛନ୍ତି ପୁଣି କିନ୍ତୁ ଫେରିଆସି ନିଜ ଡ୍ୟୁଟି କରିଛନ୍ତି । ଏଭଳିସ୍ଥିତିରେ ତାଙ୍କୁ ମାନସିକ ନିର୍ଯାତନା ଦେବା ଓ ପ୍ରମୋସନ ଅଟକାଇ ରଖିବା ନିହାତି ଏକ ର୍ଦୁଭାଗ୍ୟର ବିଷୟ ବୋଲି ଚର୍ଚ୍ଚା ହେଉଛି ।
ଏଟିଆର ସର୍ଭେ ରିପୋର୍ଟ କହୁଛି.. ଯେଉଁ ମାମଲାରେ ଆଲୋକ ଜେନା ଛନ୍ଦି ହୋଇଛନ୍ତି ସେହି ମାମଲାରେ ଛନ୍ଦିହୋଇଥିବା ଆହୁରି ୧୦ଜଣ ଅଫିସରଙ୍କୁ ଏବେ ମୁକ୍ତ କରି ଦିଆଯାଇଛି । ହେଲେ ଆଲୋକ ଜେନାଙ୍କ ଉପରେ ନଜର ଦିଆଯାଇନାହିଁ । ତାଙ୍କୁ ଜାଣିଶୁଣି ଦବାଇ ରଖାଯାଉଥିବା ଖୋଦ ଆଲୋକ ଜେନା ହିଁ ଏଟିଆରକୁ ସୂଚନା ଦେଇଛନ୍ତି । ଯଦି ଜଣେ ଦକ୍ଷ ଅଫିସରଙ୍କୁ ଏଭଳି ବାନ୍ଧି ରଖାଯାଏ ତେବେ ଅପରାଧୀମାନେ ଆହୁରି ସକ୍ରୀୟ ହୋଇଯିବେ ଓ ଏହା ଆଗକୁ ବିପଦ ହେବ ବୋଲି ବୁଦ୍ଧୀଜୀବୀମାନେ ମତ ରଖିଛନ୍ତି ।
Ranajit Nayak
Really, Most of the public friendly and daring officer of this police department needs to be encouraged.
Specially the matter of Inspecor Alok Kumar Jena, and Inspecor. Manoj Kumar Rout of Bhadrak should be considered as a Spl. Matter. Please.
Bossism and Harassment in Police Dept. must be stopped.
The Human Rights of a Police officer must ot be curtailed. Please.
Ranajit Nayak
Please read as Must not be curtailed.
Sandish kumar jena
Thanx atr news for publishing better type of news..thanx again for bring the real truth to public…
Subhrakant Rath
Thanx for presenting d truth before d society, it really needs courage , beautifully researched on a Real Hero . who do their duty only for d sake of society and d image of Police on life risk, nobody should put down their morality. These type of officers r now rare in society. Their dept should protect them and encourage them in place of harrassing them so dat they can do more for society .
Bhagaban Sahu
Sir is a best officer in odisa
a dash
what are his future plans???…..
catching shoe and slipper thieves