ଖୋର୍ଦ୍ଧା,(ଏଟିଆର ବ୍ୟୁରୋ): ପୁଣି ମାତିଲେ ଏଟିଏମ ଲୁଟେରା । ଲୁଟିନେଲେ ୧୦ଲକ୍ଷରୁ ଅଧିକ ଟଙ୍କା । ଏଭଳି ଏକ ଘଟଣା ନଜରକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏଥିରେ ବେଶ ଦିମାଗ ଲଗାଇଛନ୍ତି ଲୁଟେରାମାନେ । ଯେମିତି ନଧରାପଡନ୍ତି ଖାସ ସେଥିପାଇଁ ସିସିଟିଭି ଭାଙ୍ଗିବା ସହ ହାଡଡିକ୍ସ ନେଇ ଚମ୍ପଟ ମାରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ପହଞ୍ଚି ଘଟଣାର ଖୋଳତାଡ ଆରମ୍ଭ କରିଛି ।
ବିଳମ୍ବିତ ରାତିରେ ଏହି କାରସାଦି ହୋଇଥିବା ଜଣାପଡିଛି । ରିପୋର୍ଟ ଅନୁସାରେ, ନିରାକାରପୁର ଥାନା କଲେଜ ଛକରେ ରହିଛି ଏକ୍ସିସ ବ୍ୟାଙ୍କର ଏଟିଏମ । ଯାହାକୁ ଟାର୍ଗେଟ କରିଛନ୍ତି ଲୁଟେରା । ସେହିପରି ଜଙ୍କିଆ ଗଡ଼ସାହିରେ ଥିବା ଏକ ଏଟିଏମକୁ ମଧ୍ୟ ଲୁଟେରା ଟାର୍ଗେଟ କରିଥିବା ଖବର ମିଳିଛି । ସେପଟେ ସିକ୍ୟୁରିଟି ଗାର୍ଡ ନଥିବାରୁ ଏଭଳି ଘଟଣା ବଢ଼ିଚାଲୁଥିବା ଲୋକେ ଅଭିଯୋଗ କରିଛନ୍ତି ।