ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଶେଷରେ ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ମୁଣ୍ଡ ବିନ୍ଧାର କାରଣ ସାଜିଥିବା ଏକ ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଠାବ ହୋଇଛି । ରାଉରାକେଲା ପୁଲିସ ହାତରେ ଧରାପଡିଥିବା ଏହି ୧୦ଜଣ ଗ୍ୟାଙ୍ଗଠୁ ନଗଦ ୪ଲକ୍ଷ ଟଙ୍କା ସମେତ କାର, ମୋବାଇଲ ଓ ୫୦ରୁ ଅଧିକ ଏଟିଏମ କାଡ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ବିହାର ଓ ଝାଡଖଣ୍ଡ ଅଞ୍ଚଳର ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।
ତେବେ ଏହି ଗ୍ୟାଙ୍ଗର ଚେର ଅନେକ ବାଟ ଲମ୍ବିଥିବା ପୁଲିସ ଜାଣିବାକୁ ପାଇଥିବା ବେଳେ ଅନ୍ୟମାନଙ୍କୁ ଧରିବା ଲାଗି ଏବେ ମଧ୍ୟ ତନାଘନା ଜାରି ରହିଥିବା ସୂଚନା ମିଳିଛି । ସେପଟେ ପୁଲିସ ଖୁଆଡକୁ ଆସିଥିବା ଅଭିଯୁକ୍ତମାନେ ପାଖାପାଖି ୧୦୦ରୁ ଅଧିକ ଏଟିଏମରେ କଳାକନା ବୁଲାଇଛନ୍ତି । କେବଳ ଏତିକି ନୁହେଁ ସମସ୍ତଙ୍କ ନାଁରେ ପାଖାପାଖି ୩୦ରୁ ଅଧିକ ମାମଲା ରହିଛି ।