ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଏଠି ହତ୍ୟାକାରୀ ଖୁଲେ ଆମ ବୁଲୁଛି । ଡକାୟତ ଗ୍ୟାଙ୍ଗ ତ’ ଲୋକଙ୍କୁ ନାକରେ କନ୍ଦାଉଛନ୍ତି । ଚୋରଙ୍କ ଉତ୍ପାତ କହିଲେ ନସରେ । ଏମାନଙ୍କୁ ଧରିବା ପାଇଁ କିନ୍ତୁ ହାତ କେମ୍ପା ମାରିଯାଉଛି । କିନ୍ତୁ କଦଳୀ ଚୋରକୁ ଧରିବା ଲାଗି ପୁଲିସ ତା’ ଜିଜାନ ଲଗାଇ ଦେଇଛି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା ଏକଦମ ସତ । ବର୍ତମାନ କଦଳୀ ଚୋର ପଛରେ ହାତଧୋଇ ପଡିଛି ପୁଲିସ । ଏଟିଆର ଅନୁସନ୍ଧାନରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଚନ୍ଦ୍ରଶେଖରପୁର ଥାନା ଅଁଚଳରେ । ପୁଲିସର ଏଭଳି ତତ୍ପରତାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ପୂରା ଘଟଣାଟି ଏହିପରି, ଲୁମ୍ବିନିବିହାରରେ ଥିବା ଏକ ପୋଖରୀ ହୁଡାରୁ କଦଳୀ ଚୋରି ହେଲା । ଏନେଇ ଅଭିଯୋଗ ଆଣିଲେ ଡମଣା ଅଁଚଳର ପ୍ରମୋଦ ବେହେରା । ଅଭିଯୋଗରେ ଦର୍ଶାଇଲେ ୬୦କାନ୍ଧି କଦଳୀ ଦୁର୍ବୃତ ନେଇଯାଇଛନ୍ତି । ବାସ ଏହାପରେ ପୁଲିସ ଆରମ୍ଭ କରିଛି ତଦନ୍ତ । ଯାହା ଏଯାବତ ବି ଚାଲିଛି । ସେବେକାର କଦଳୀ ଚୋର ଏବେ ଏକାଧିକ ଗଣ୍ଡଗୋଳ ମାମଲାରେ ଜଡିତ ଥିବା ଦର୍ଶାଇ ତାକୁ ଗିରଫ କରିବା ଲାଗି ପୁଲିସ ଅଁଟା ଭିଡିଛି । କେସ ନମ୍ବର ୧୭୬/୧୬ର କଦଳୀ ଚୋର ପ୍ରଭାସ ସେଠୀ ବୋଲି ଜଣାପଡିଛି । ଜଣେ କଦଳୀ ଚୋର ପଛରେ ପୁଲିସର ଏତେଟା ଜବରଦସ୍ତ ତଦନ୍ତ ସାଧାରଣ ଲୋକଙ୍କୁ ହଜମ ହେଉନି ।
Sukanta sahoo
Ki talent re baba
a dash
The inspector in-charge should be answerable…..this is the scenario of the smart city