ଭୁବନେଶ୍ୱେର (ଏଟିଆର ବ୍ୟୁରୋ ) ; ତେଲ ଦର ବୃଦ୍ଧି ପ୍ରସଙ୍ଗକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲା ବିଜେଡି । ଦେଶ ତଥା ରାଜ୍ୟରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲର ଦାମ ବଢୁଥିବାରୁ ସିଧା ସିଧା କେନ୍ଦ୍ରକୁ ଦାୟୀ କରିଛି ବିଜେଡି । ତେବେ ଏହାର ପ୍ରତିବାଦ କରିବାକୁ ମଧ୍ୟ ବିଜେଡି ଅଣ୍ଟା ଭିଡିଛି । ଆସନ୍ତା ୭ ତାରିଖରୁ ୯ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଦଳ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜଣାପଡିଛି ।
ଆଜି ବିଜେଡି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଏକ ସାମ୍ବାଦିକ ସମ୍ବିଳନୀ ଡକାଇ ଏ ସମ୍ପର୍କରେ ସଂମ୍ପୁର୍ଣ୍ଣ ସୂଚନା ଦେଇଛନ୍ତି । ସେ ସିଧା ସିଧା ତେଲ ଦର ବୃଦ୍ଧି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିଛନ୍ତି । ଦେଶରେ ପୁଞ୍ଜିପତି ଏବଂ ଶିଳ୍ପପତି ମାନଙ୍କୁ ଲାଭବାନ କରାଇବା ପାଇଁ କେନ୍ଦ୍ର ଏପରି ଯୋଜନା କରିଛି ବୋଲି ବିଜେଡି ଦଳର ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି । ଏହାସହ କେନ୍ଦ୍ର ସରକାରଙ୍କ ଏହା ଏକ ବଡ ଦୁର୍ନୀତି ବୋଲି ସେ କହିଛନ୍ତି ।
ଅନ୍ୟପଟେ ରାଜ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନାରେ ବିଜେଡି ପକ୍ଷରୁ ଆନ୍ଦୋଳନ କାରାଯିବାର ସେ ସୂଚନା ଦେଇଛନ୍ତି । ଆସନ୍ତା ୭ ତାରିଖରୁ ୯ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପ ସାମ୍ନାରେ ବିଜେଡି ଆନ୍ଦୋଳନ କରିବ ବୋଲି ବିଜେଡି ଦଳର ସାଧାରଣ ସମ୍ପାଦକ କହିଛନ୍ତି ।