ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଜଣେ କି’ ଦୁଇଜଣ ନୁହେଁ ପାଖାପାଖି ୧୪ଜଣ ଦୋକାନୀଙ୍କୁ ମିଳିଛି ଧମକ । ଯେତେଶୀଘ୍ର ପାରୁଛ ଦୋକାନ ଖାଲି କର । ନଚେତ ଅବସ୍ଥା ଖରାପ ହେବ । ବିନା କୌଣସି ଦୋଷରେ ବା ବିନା କୌଣସି ନୋଟିସରେ ଏଭଳି ଧମକକୁ ନେଇ ଏବେ ବ୍ୟବସାୟୀଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି । ତେବେ ଏହି ଧମକ ଆଜିକାର ନୁହେଁ ବରଂ ଢ଼େରଦିନର ବୋଲି ଜଣାପଡିଛି ।
ତେବେ ଭୟ ଯୋଗୁ କେହି ବ୍ୟବସାୟୀ ଏନେଇ ମୁହଁ ଖୋଲୁନଥିଲେ । ହେଲେ ଅବସ୍ଥା ଅସମ୍ଭାଳ ହେବାରୁ ଏନେଇ ବ୍ୟବସାୟୀ ସଘଂ(ବିଏମସି ମଲ ସହିଦନଗର) ଟ୍ୱିଟ କରି ବିଭିନ୍ନ ଗଣମାଧ୍ୟମର ସହାୟତା ଲୋଡିଛନ୍ତି । ଏଟିଆର ଅନୁସନ୍ଧାନରୁ ଏ କଥା ସାମ୍ନାକୁ ଆସିଛି ଯେ, ଜଣେ ପ୍ରଭାବଶାଳୀ ବ୍ୟକ୍ତି ହିଁ ଏହାପଛରେ ମୁଖ୍ୟ କାର୍ପେଟଦାର ରହିଛନ୍ତି । ଯିଏକି ପୂରା ଖେଳ ରଚିଛନ୍ତି । ସବୁଠୁ ବଡ କଥା ହେଉଛି ଏକ ବଡ଼ ବ୍ୟବସାୟୀକ ପ୍ରତିଷ୍ଠାନ ଗ୍ରାଣ୍ଡ ଗେଲେରିଆରର ସମସ୍ତ ସ୍ଥାନରେ ନିଜର ବ୍ୟବସାୟ କରିବାକୁ ଚାହୁଁଛି । ତେବେ ଏଥିରେ ପ୍ରତିବନ୍ଧକ ସାଜୁଛି ଏଠାରେ ଥିବା ଏହି ୧୪ଟି ଦୋକାନ ।
ସନ୍ଦେହ କରାଯାଉଛି ଉକ୍ତ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନକୁ ସହଯୋଗ କରିବାକୁ ଏଭଳି ନାଟକ ରଚାଯାଇଛି । ବାରମ୍ବାର ଦୋକାନ ଖାଲି କରିବାକୁ ବ୍ୟବସାୟୀଙ୍କୁ ଧମକ ଦିଆଯାଉଛି । ଏନେଇ ବିଏମସି ମଲ ସହିଦନଗର ପକ୍ଷରୁ ଟ୍ୱିଟ ଜରିଆରେ ବହୁ ଗଣମାଧ୍ୟମର ସହାୟତା ଲୋଡାଯାଇଛି । କେବଳ ଗଣମାଧ୍ୟମ ନୁହେଁ ବ୍ୟବସାୟୀକ ସଂଘ ପୂରା ଘଟଣା ସମ୍ପର୍କରେ ପୁଲିସ ଡିଜିଙ୍କଠୁ ନେଇ ପୁଲିସ କମିଶନର, ଡିସିପି ଓ ସହିଦନଗର ଥାନାକୁ ଅବଗତ କରାଇଛନ୍ତି । ଆଶା କରିବୁ ଏହି ରିପୋର୍ଟ ପରେ ପୁଲିସ ଘଟଣାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
@cpbbsrctc @dcpbbsr @odisha_police @kishoremund @bmcbbsr @DGPOdisha
14 Shopkeepers of Grand Galleria shop inside BMC Mall saheed nagar are threatened to vacant the shop immediately without prior written notice. Highandedness of the landlord. Seek justice ?— bmc mall saheednagar (@bmcmallsaheedn1) September 11, 2018
@Dharitri_News @otvkhabar @atrnews_in @NEWS7Odia @newsodisha1 @sambad_odisha @kanak_news
14 Shopkeepers of Grand Galleria shop inside BMC Mall saheed nagar are threatened to vacant the shop immediately without prior written notice. Highandedness of the landlord. Seek justice ?— bmc mall saheednagar (@bmcmallsaheedn1) September 11, 2018