ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ରାତି ହେଉ କି’ ଦିନ । ସବୁବେଳେ ବସ ଆର୍ଲଟ । ଏ କଥାକୁ ପ୍ରମାଣ କରିଛନ୍ତି ଖାରବେଳନଗର ଥାନା ଏସିପି ଅନୁପ କାନୁନଗୋ । ରାତି ପ୍ରାୟ ସାଢ଼େ ୧୧ । ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକକୁ ଆକ୍ରମଣ କରିବା ଲାଗି କେତେକ ଯୁବକ ଏକଜୁଟ ହୋଇଥିଲେ । ନିଶାନରେ ଥିଲା ଖାରବେଳନଗରରେ ଥିବା ବାର ‘ମ୍ୟାଡ ମଲ’ । କାରଣ ଟାର୍ଗେଟରେ ଥିବା ଯୁବକ ଥିଲେ ଏହି ବାରରେ ।
ଏହି ସୂଚନା ମିଳିବା ପରେ ତୁରନ୍ତ ଘଟଣାସ୍ଥଳକୁ ଧାଇଁଥିଲେ ଏସିପି ଅନୁପ କାନୁନଗୋ । ବିଳମ୍ବିତ ରାତିରେ ପବରେ ଚାଲିଥିବା ଡ୍ୟାନ୍ସ ଓ ଇଲିଗାଲ ପାର୍ଟିକୁ ନେଇ ହୋଟେଲ କର୍ତୃପକ୍ଷ ପ୍ରଥମେ ଚମକି ପଡିଥିଲେ । ନାଚୁଥିବା ଝିଅ ଓ ପୁଅ ତ’ ଅଧା ଲଙ୍ଗଳା ଅବସ୍ଥାରେ ଡିଆଁ ମାରିଥିଲେ । ତେବେ ଅନୁପ କାନୁନଗୋ ଆସିଥିବା ଦେଖି ଅଚାନକ ତାଟି କବାଟ ପଡିଯାଇଥିଲା ବାରରେ । ପରେ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଁଚିଥିଲା । ଏହାପରେ ଯୁବକଙ୍କୁ ଠାବ କରିବା ସହ ଆସିଥିବା ଯୁବକଙ୍କୁ ତାଗିଦ କରି ଯିବାକୁ ଦେଇଥିଲେ ଏସିପି । ବିଳମ୍ବିତ ରାତିରେ ଏସିପିଙ୍କ ଏଭଳି ପଦକ୍ଷେପ ଏକ ସମ୍ଭାବ୍ୟ ଗଣ୍ଡଗୋଳକୁ ଏଡାଇ ଦେଇଥିବା ବେଳେ ବସ ଅଲୱେଜ ଆର୍ଲଟ ଯୋଗୁ ଏଭଳି ହେଲା ବୋଲି ତଳିଆ କର୍ମଚାରୀ ଆଲୋଚନା କରୁଥିବା ଶୁଣିବାକୁ ମିଳିଥିଲା ।