ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କଣ୍ଡକ୍ଟରଙ୍କ କେଳଙ୍କାରୀ । ବସ ଭିତରେ ଅସଦାଚରଣ । ଏଭଳି ଘଟଣା ଆଉ କେଉଁଠି ନୁହେଁ ବରଂ ଘଟିଛି ଖୋଦ ରାଜଧାନୀରେ । ବରମୁଣ୍ଡା ବସଷ୍ଟାଣ୍ଡରେ ଏହି କାଣ୍ଡ ଭିଆଇଛନ୍ତି ଆଲିଭିନା ବସର କଣ୍ଡକ୍ଟର । ଏନେଇ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମିଳିଥିବା ରିପୋର୍ଟ ଅନୁସାରେ, ଜଣେ ଯୁବତୀ କେନ୍ଦୁଝର ଯିବା ଲାଗି ବସରେ ଚଢ଼ିଥିଲେ ।
ସେତେବେଳେ କେହି ଯାତ୍ରୀ ବସରେ ନଥିବା ଯୋଗୁ ଫାଇଦା ଉଠାଇଥିଲେ କଣ୍ଡକ୍ଟର । ଏକୁଟିଆ ପାଇ ତାଙ୍କୁ ଅସଦାଚରଣ କରିବା ସହ ଦୁର୍ଷ୍କମ ଉଦ୍ୟମ କରିଥିବା ସମ୍ପୃକ୍ତ ଯୁବତୀ ଏତଲାରେ ଦର୍ଶାଇଛନ୍ତି । ସେ ଏହାମଧ୍ୟ ଜଣାଇଛନ୍ତି ଠିକ ସମୟରେ ଲୋକେ ପହଞ୍ଚିଯିବାରୁ କଣ୍ଡକ୍ଟର ଚୁପ ହୋଇଯାଇଥିଲେ । ହେଲେ ରାଗ ଶାନ୍ତ ହୋଇନଥିଲା । ଯଦିଓ କେନ୍ଦୁଝର ଯିବା ଲାଗି ଗାଡି ବାହାରିଥିଲା କିନ୍ତୁ ବାଟରେ ତାଙ୍କୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି । ଏନେଇ କେନ୍ଦୁଝର ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ।