ମାଲକାନଗିରି (ଏଟିଆର ବ୍ୟୁରୋ): ଯିଏ ଦେଖିବ ସେ ଭାବିବ ଆମ୍ବୁଲାନ୍ସରେ ରୋଗୀ ହସ୍ପିଟାଲକୁ ଯାଉଛି । କିନ୍ତୁ ହଠାତ୍ ପୋଲିସ୍ ସନ୍ଦେହ କରି ଆମ୍ବୁଲାନ୍ସକୁ ଚେକ୍ କଲା ପରେ ଜାଣିବାକୁ ମିଳିଲା ଯେ ଆମ୍ବୁଲାନ୍ସରେ ରୋଗୀ ବଦଳରେ ଗଞ୍ଜେଇ ଚୋରା ଚାଲଣ କରାଯାଉଛି । ମାଲକାନଗିରି ଜିଲ୍ଲାରେ ଏଭଳି ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲଣ ଉପରେ ପର୍ଦ୍ଦଫାସ ହୋଇଛି ।
ମିଳିଥିବା ରିପୋର୍ଟ ଅନୁସାରେ , ଏକ ଫେକ୍ ଆମ୍ବୁଲାନ୍ସ ଜରିଆରେ ୧ କ୍ୱିଣ୍ଟାଲ ୨୩ କେ.ଜି ଗଞ୍ଜେଇ ଏକ ଧଳାକପଡାରେ ଗୁଡାଇ ବାହାରକୁ ଚୋରା ଚାଲଣ ହେଉଥିଲା । ଏ ସଂପର୍କରେ ପୋଲିସ୍ ଖବର ପାଇ ଆମ୍ବୁଲାନ୍ସକୁ ଯାଞ୍ଚ କରି ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।